Wednesday, July 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଗରୁ ତାଲା ପଛରୁ ଖୋଲା, ଚାଲିଥିଲା ଲୁଗା ବ୍ୟବସାୟ

by ସଞ୍ଜୟ ସ୍ୱାଇଁ
June 3, 2021
in Business, State
ଆଗରୁ ତାଲା ପଛରୁ ଖୋଲା, ଚାଲିଥିଲା ଲୁଗା ବ୍ୟବସାୟ
660
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା) ଆସୁଛି ରଜ ଓ ସାବିତ୍ରୀ। ଓଡ଼ିଆ ମାନଙ୍କର ଏହି ଦୁଇଟି ପର୍ବକୁ ଆଉ କେଇଟା ଦିନ ବାକି ଥିବା ବେଳେ ଏଥି ପାଇଁ ଲୁଚାଛପାରେ ଚାଲିଛି ଲୁଗା ବେପାର। ଆଗ ପଟରୁ ତାଲା ଦେଇ ପଛପଟେ ବ୍ୟବସାୟୀ ବେଧଡ଼କ ବ୍ୟବସାୟ କରୁଥିବା ଅଭିଯୋଗ ହୋଇଥିଲା। ଏ ନେଇ ଖବର ପାଇବା ପରେ ସିଏମସି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ନୟାସଡ଼କ ଅଞ୍ଚଳରେ ଥିବା ଏକ ଲୁଗା ଶୋ’ରୁମ ଉପରେ ଚଢ଼ାଉ କରିଛି। ଚଢ଼ାଉ ବେଳେ ଗ୍ରାହକ ମାନେ ଭୟରେ ଛତ୍ରଭଙ୍ଗ ଦେଇଥିଲେ। ସୋରୁମ ମାଲିକଙ୍କୁ ଲକଡାଉନ ନିୟମ ଉଲଘଂନ ଅଭିଯୋଗରେ ୩୦ହଜାର ଟଙ୍କା ଫାଇନ କରାଯିବା ସହ ତାଗିଦ୍ କରିଛି ସିଏମ୍ସିର ସ୍ୱତନ୍ତ୍ର ସ୍କ୍ୱାଡ୍। ଏହା ପୂର୍ବରୁ ବୁଧବାର ଯାଜପୁର ରୋଡ୍‌ ନହକା ରାଇସ୍ ମିଲ୍ ପରିସରରେ ଥିବା ଏକ ଲୁଗା ଗୋଦାମକୁ ପୁଲିସ୍‌ ସିଲ୍ କରିଥିଲା। ଲକ୍‌ଡାଉନ୍‌ ନିୟମ ଉଲ୍ଲଙ୍ଘନ କରି ଲୁଗା ଗୋଦାମ ଖୋଲିଥିବା ବେଳେ ପୁଲିସ୍ ଓ ପୌର ପ୍ରଶାସନ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଗୋଦାମ ଭିତରେ ପ୍ରାୟ ଶହେରୁ ଅଧିକ ଲୋକେ ଥିଲେ। ଏହା ଦେଖି ପୁଲିସ୍ ଓ ପୌର କର୍ମଚାରୀ ଆଶ୍ଚର୍ୟ୍ୟ ହୋଇଯାଇଥିଲେ। ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନରେ ଗୋଦାମରେ ଜମା ହୋଇଥିବା ସମସ୍ତ ଗ୍ରାହକଙ୍କ ଠାରୁ ୫ ଶହ ଟଙ୍କା ଲେଖାଏଁ ଫାଇନ୍ ଆଦାୟ କରିଥିଲା ପୁଲିସ୍‌।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!