Wednesday, July 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ପରି ଅନେକ ଜେଲରେ ଜାଗା ଅଭାବ, ସମାଧାନ ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଦେଲେ ନିର୍ଦ୍ଦେଶ

by ସଞ୍ଜୟ ସ୍ୱାଇଁ
June 3, 2021
in Crime, State
ନୟାଗଡ଼ ପରି ଅନେକ ଜେଲରେ ଜାଗା ଅଭାବ, ସମାଧାନ ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଦେଲେ ନିର୍ଦ୍ଦେଶ
270
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): କରୋନା ସମୟରେ ରାଜ୍ୟର ୬ଟି ଜେଲ୍‌ରେ ଆଉ ଜାଗା ନାହିଁ । ସବୁଠି କଏଦୀ ଧାର୍ଯ୍ୟ ସଂଖ୍ୟାଠାରୁ ଯଥେଷ୍ଟ ଅଧିକ । କରୋନା ଭଳି ସମୟରେ ଏଭଳି ସ୍ଥିତି ବିପଜ୍ଜନକ ଅବସ୍ଥା ସୃଷ୍ଟି କରିଛି । ଫୁଲବାଣୀ ଜିଲ୍ଲା ଜେଲ୍‌, ଭଦ୍ରକ ସ୍ୱତନ୍ତ୍ର ଉପଜେଲ୍‌, ଯାଜପୁର, ନୟାଗଡ, ପାରଳାଖେମୁଣ୍ଡି ଏବଂ ମାଲକାନାଗିରିର ଉପଜେଲ୍‌ରେ ଏତେ ସଂଖ୍ୟକ କଏଦୀ ରହିଛନ୍ତି ଅବସ୍ଥା ଅସମ୍ଭାଳ ହେଲାଣି । ଏନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିବା ସହ ସମସ୍ୟାର ସମାଧାନ ପାଇଁ ତୁରନ୍ତ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ସୁଦ୍ଧା ସରକାର ଏନେଇ ଯୋଜନା ଦାଖଲ କରିବେ ବୋଲି କୃଷ୍ଣ ପ୍ରସାଦ ସାହୁଙ୍କ ପକ୍ଷରୁ ଦାଏର ଏକ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ବିଚାରପତି ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ସମୟରେ ଅଦାଲତଙ୍କୁ ଜେଲ୍‌ ସ୍ଥିତି ସଂପର୍କରେ ଅବଗତ କରାଯାଇଥିଲା । ଉଦାହରଣ ଭାବେ ଭଦ୍ରକ ଉପଜେଲ୍‌ରେ କଏଦୀଙ୍କ ସ୍ଥିତି ଭୟଙ୍କର ରହିଛି। ଏହି ଜେଲ୍‌ରେ ଯେଉଁଠି ୧୬୬ ଜଣ କଏଦୀ ରହିବା କଥା ସେଠାରେ ୪୩୦ ଜଣ ବନ୍ଦୀ ଅଛନ୍ତି । କରୋନା ଭଳି ସମୟରେ ଏତେ ସଂଖ୍ୟକ କଏଦୀ ଗୋଟିଏ ଗୋଟିଏ ଜେଲ୍‌ରେ ରହିବା ଦ୍ୱାରା ଏହା ଉଭୟ କଏଦୀ ଏବଂ ଜେଲ୍‌ କର୍ମଚାରୀଙ୍କ ପାଇଁ ବିପଦ ଆଣିପାରେ ବୋଲି ଆମିକସ୍‌କ୍ୟୁରୀ ଗୌତମ ମିଶ୍ର ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ରିପୋର୍ଟ ଉପରେ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ସହ ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆହୁରି ମଧ୍ୟ ହାଇକୋର୍ଟ କହିଛନ୍ତି, ଉପରୋକ୍ତ ଜେଲ୍‌ରେ ଥିବା ଅଧିକ ସଂଖ୍ୟକ କଏଦୀଙ୍କୁ ଅନ୍ୟ କୋଠାକୁ ପର୍ୟ୍ୟାୟକ୍ରମେ ସ୍ଥାନାନ୍ତରିତ କରାଯିବା ଆବଶ୍ୟକ । ରାଜ୍ୟ ସରକାରଙ୍କର ଥିବା ଅନ୍ୟାନ୍ୟ କୋଠାକୁ ଉନ୍ନତିକରଣ କରାଯାଇ ସେଠାରେ ସେମାନଙ୍କୁ ସୁରକ୍ଷିତ ଭାବେ ରଖାଯିବା ଆବଶ୍ୟକ ବୋଲି ହାଇକୋର୍ଟ ମତ ଦେଇଛନ୍ତି । ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ ବେଳେ ଏହି କଥା ପ୍ରତି ଦୃଷ୍ଟି ଦେବାକୁ ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ଅପରପକ୍ଷରେ ଜେଲ୍‌ ସଂସ୍ଥାର ପାଇଁ ହାଇକୋର୍ଟ ଯେଉଁସବୁ ଆଦେଶ ଦେଇଥିଲେ ତାହା କେତେଦୂର କାର୍ୟ୍ୟକାରୀ ହୋଇଛି ସେସବୁ ସଂକ୍ରାନ୍ତରେ ସତ୍ୟପାଠ ଜରିଆରେ ଜବାବ ରଖିବାକୁ ହାଇାକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ସତ୍ୟପାଠ ମାମଲା ଶୁଣାଣିର ଗୋଟିଏ ସପ୍ତାହ ପୂର୍ବରୁ ଦେବାକୁ କୁହାଯାଇଛି । ଏହି ମାମଲାରେ ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ହାଇକୋର୍ଟରେ ଦୁଇଟି ରିପୋର୍ଟ ମଧ୍ୟ ଦାଖଲ କରାଯାଇଛି । ଗୋଟିଏ ରିପୋର୍ଟରେ ଜାମିନ୍‌ ପାଇବା ସତ୍ତେ୍ୱ କିପରି କଏଦୀମାନେ ଜେଲ୍‌ରୁ ବାହାରି ପାରୁନାହାନ୍ତି ସେ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଛି । ଜେଲ୍‌ ପରିସରରେ ଜେଲ୍‌ ଅଦାଲତ ସମ୍ପର୍କରେ ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି । କେଉଁଠି କେଉଁଠି ଜେଲ୍‌ ଅଦାଲତ ଅନୁଷ୍ଠିତ ହୋଇପାରିଛି ଆଉ କେଉଁଠି ଜେଲ୍‌ ଅଦାଲତ ଆରମ୍ଭ ହୋଇପାରିନି ସେସବୁ ସଂକ୍ରାନ୍ତରେ ଏହି ରିପୋର୍ଟରେ ଉଲ୍ଳେଖ କରାଯାଇଛି । ଦ୍ୱିତୀୟ ରିପୋର୍ଟରେ ଜେଲ୍‌ର ଅବସ୍ଥା କିପରି ରହିଛି, କଏଦୀମାନେ କିପରି ଅବସ୍ଥାରେ ରହିଛନ୍ତି ସେସବୁ ଜାଣିବା ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ଆଇନସେବା ପ୍ରାଧିକରୀଣ ସଚିବଙ୍କ ଜେଲ୍‌କୁ ଅଚାନକ ପରିଦର୍ଶନ ସଂକ୍ରାନ୍ତରେ ଉଲ୍ଳେଖ ରହିଛି । ଏହାର କପି ଆମିକସ୍‌କ୍ୟୁରୀ ଏବଂ ରାଜ୍ୟ ସରକାରଙ୍କ ଆଇନଜୀବୀଙ୍କୁ ପ୍ରଦାନ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!