Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିନା କାରଣରେ ବୁଲିବା ଅଭିନେତା ଓ ଅଭିନେତ୍ରୀଙ୍କୁ ମହଙ୍ଗା ପଡିଲା

by ସଞ୍ଜୟ ସ୍ୱାଇଁ
June 3, 2021
in Lifestyle, NATIONAL NEWS
ବିନା କାରଣରେ ବୁଲିବା ଅଭିନେତା ଓ ଅଭିନେତ୍ରୀଙ୍କୁ ମହଙ୍ଗା ପଡିଲା
278
VIEWS
Share on FacebookShare on Twitter

ମୁମ୍ବାଇ: (ବାଘୁଆବାର୍ତ୍ତା) ବଲିଉଡ୍‌ ଅଭିନେତା ଟାଇଗର ଶ୍ରୋଫ୍ ଓ ଅଭିନେତ୍ରୀ ଦିଶା ପଟାନୀଙ୍କ ନାଁରେ ମାମଲା ରୁଜୁ କରିଛି ମୁମ୍ବାଇ ପୁଲିସ୍। କୋଭିଡ୍‌-୧୯ ନିୟମ ଉଲ୍ଲଂଘନ ଅଭିଯୋଗରେ ସେମାନଙ୍କ ନାଁରେ ମାମଲା ରୁଜୁ ହୋଇଛି। ବିନା କାରଣରେ ନିୟମ ଉଲ୍ଲଂଘନ କରି ଉଭୟ ସର୍ବସାଧାରଣ ସ୍ଥାନରେ ବୁଲୁଥିବା ଅଭିଯୋଗ ହୋଇଛି। କଟକଣା କୋହଳ ସମୟ ପରେ ସନ୍ଧ୍ୟାରେ ଟାଇଗର ଓ ଦିଶା ବାନ୍ଦ୍ରା ବ୍ୟାଣ୍ଡଷ୍ଟାଣ୍ଡ ଅଞ୍ଚଳରେ ବୁଲୁଥିବା ବେଳେ ପୁଲିସ୍ ସେମାନଙ୍କୁ ଧରିଥିଲା। ସେମାନେ କେଉଁ କାରଣରୁ ଘରୁ ବାହାରିଛନ୍ତି ବୋଲି ପୁଲିସ୍ ପଚାରିଥିଲା। ତେବେ ସେମାନେ କୌଣସି ସନ୍ତୋଷଜନକ କାରଣ ଦର୍ଶାଇ ପାରି ନଥିଲେ। ତା’ପରେ ପୁଲିସ୍ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୁମ୍ବାଇ ପୁଲିସ୍ ପକ୍ଷରୁ ଏହି ଦୁଇ ଷ୍ଟାରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ତେବେ ଟିକେ ନିଆରା ଢଙ୍ଗରେ ପୁଲିସ୍ ଏହି ଟ୍ୱିଟ୍ କରିଛି। ଏଥିରେ ଦୁଇ ଷ୍ଟାରଙ୍କ ନାଁ ଉଲ୍ଲେଖ ନାହିଁ। କିନ୍ତୁ ସେମାନଙ୍କ ଫିଲ୍ମର ନାଁ ବ୍ୟବହାର କରିଛି। ଏହା ସହିତ ବିନା କାରଣରେ ବାହାରକୁ ନ ଆସିବାକୁ ମୁମ୍ବାଇବାସୀଙ୍କୁ ପୁଲିସ୍ ପକ୍ଷରୁ ଅନୁରୋଧ କରାଯାଇଛି। ପୁଲିସ୍ ପକ୍ଷରୁ ଲେଖାଯାଇଛି ବିନା କାରଣରେ ବାହାରକୁ ଆସି ‘ହିରୋପନ୍ତି’ ଦେଖାନ୍ତୁ ନାହିଁ, ଯାହା ଆପଣମାନଙ୍କ ସୁରକ୍ଷାକୁ କ୍ଷତି ପହଞ୍ଚାଇପାରେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!