Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାଲିଛି ମହାପ୍ରଭୁଙ୍କ ଭଉଁରୀ ଉତ୍ସବ, ତିନି ଅଖରେ ସଂଯୋଗ ହେଲା ୬ଟି ଚକ, ପଡିଲା ହରିବୋଲ

by ସଞ୍ଜୟ ସ୍ୱାଇଁ
June 3, 2021
in Lifestyle, Society, State
ଚାଲିଛି ମହାପ୍ରଭୁଙ୍କ ଭଉଁରୀ ଉତ୍ସବ, ତିନି ଅଖରେ ସଂଯୋଗ ହେଲା ୬ଟି ଚକ, ପଡିଲା ହରିବୋଲ
100
VIEWS
Share on FacebookShare on Twitter

ପୁରୀ (ବାଘୁଆବାର୍ତ୍ତା): ମହାପ୍ରଭୁଙ୍କ ଆଜି ହେଉଛି ଭଉଁରୀ ଉତ୍ସବ । ଶାନ୍ତିଶୃଙ୍ଖଳା ସହିତ ଏହି କାମ ଚାଲି ରହିଥିଲା । ଆଜିର ତିଥିରେ ଚକଅଖ ଡେରା ନିତି ସମ୍ପର୍ଣ୍ଣ ହୋଇଛି । ରଥ ନିର୍ମାଣ ପରମ୍ପରା ଅନୁସାରେ ଠାକୁରଙ୍କ ଆଜ୍ଞାମାଳ ରଥ ଖଳାରେ ପହଞ୍ଚିବା ପରେ ପୂର୍ବରୁ ପ୍ରସ୍ତୁତ ଥିବା ୬ଟି ଚକ ସହ ୩ଟି ଅଖରେ ସଂଯୋଗ କରାଯିବା ପରେ ଭୋଇ ସେବାୟତ ମାନେ ପ୍ରଥମ ହରିବୋଲ ପକାଇଛନ୍ତି। ସୂଚନା ମୁତାବିକ, ଆଜି ମହାପ୍ରଭୁଙ୍କ ଭଉଁରୀ ଉତ୍ସବ। ଏହି ଅବସରରେ ପ୍ରତି ରଥର ଦୁଇଟି ଲେଖାଏଁ ଚକ ସହ ଅଖ ସଂଯୁକ୍ତ କରଯାଇଛି।ଏଥି ସହ ପ୍ରଥମ ହରିବୋଲ ପଡିଛି। ଚକ-ଅଖ ଡେରା ବିଧି ସମ୍ପନ୍ନ କରି ଭୋଇ ସେବକମାନେ ପ୍ରଥମ ହରିବୋଲ ପକାଇଛନ୍ତି। ରଥ ନିର୍ମାଣ ଅବସରରେ ମୋଟ ୯ଥର ହରିବୋଲ ପଡ଼ିବାର ପରମ୍ପରା ରହିଛି । ବର୍ତ୍ତମାନ ସୁଦ୍ଧା ତିନି ରଥର ମୋଟ ୧୭ଟି ଚକ ନିର୍ମାଣ ସରିଛି । ସେଥିରୁ ତାଳଧ୍ୱଜ ଓ ନନ୍ଦିଘୋଷ ରଥର ୬ଟି ଲେଖାଁଏ ଓ ଦେବଦଳନ ରଥର ୫ଟି ଚକ ସମ୍ପୂର୍ଣ୍ଣ ହୋଇଛି । ବାକି ୨୫ଟି ଚକର କାର୍ୟ୍ୟ ଜାରି ରହିଛି । ଭୋଇ ସେବକମାନେ ଯନ୍ତାଗାଡ଼ରେ ସିଙ୍ଗଡ଼ାବାଡ଼ିଆ କରି ତୁମ୍ବରେ ଅର ସଂଯୁକ୍ତ କରିବା ପରେ ରଥଖଳାରେ ବିଲେଇବାଡ଼ିଆ ମାଧ୍ୟମରେ ସିଙ୍ଗଡ଼ାରେ ପଇ ଭୁଞ୍ଜାଇ ଚକ ପ୍ରସ୍ତୁତି ଚାଲିଛି । ରଥ ଅମିନ ଚକ ପାଇଁ ପଇ ଓ ଅର ବିଶ୍ୱକର୍ମାଙ୍କୁ ଯୋଗାଇଛନ୍ତି । ତାଳଧ୍ୱଜ ରଥର ୭ଟି ଅଖ ମଧ୍ୟରୁ ନାହାକା ଚକ ସମେତ ୨ଟି ଅଖ କାମ ସରିଥିବା ବେଳେ ୧ଟି ପଡ଼ିନାହାକା, ୨ଟି ଉଛୁଳା ଓ ୨ଟି ବ୍ରେକ୍‌ ଅଖର ଉଭୟ ପାଶ୍ୱର୍ ବାରିସିରେ ହାଣି ଗୋଲେଇ କରୁଛନ୍ତି ବିଶ୍ୱକର୍ମା । ଦେବଦଳନର ୬ଟି ଅଖରୁ ୨ଟି ଲେଖାଁଏ ନାହାକା ଓ ପଡ଼ିନାହାକା ଅଖ କାମ ସରିଛି । ୨ଟି ସାନ ଉଛଳା ତଥା ବ୍ରେକ୍‌ ଅଖ କାମ ଜାରି ରହିଛି । ନନ୍ଦିଘୋଷର ୮ଟି ଅଖ ମଧ୍ୟରୁ ୨ଟି ଲେଖାଁଏ ନାହାକା ଓ ପଡ଼ିନାହାକା ଅଖ ନିର୍ମାଣ ଶେଷ । ଆଉ ୨ଟି କରି ବଡ଼ ଉଛୁଳା ଓ ସାନ ଉଛୁଳା ର କାମ ଚାଲିଛି । ଏଥିସହ ୮ଟି ଖମ୍ବୀ କାଠରେ ପାଇ ମହାରଣା ସୂତା ମାପ କରି ଚିହ୍ନ ଦେଇଛନ୍ତି । ସାଲ କାମ ହେବ । ରଥର ପ୍ରଥମ ଭୂଇଁରେ ଏସବୁ ସଂଯୁକ୍ତ ହେବ । ଦେବଦଳନ ରଥର ପ୍ରଥମ ୬ଗୋଟି ସାଲ ଗୁଜ ରୂପ ଖୋଦେଇ ଶେଷ ହେବା ଉପରେ । ଦୋଳବେଦି କମାର ଶାଳରେ ରଥ ପାଇଁ ଲୁହା ସାମଗ୍ରୀ ପ୍ରସ୍ତୁତ ହେଉଛି । ପନ୍ଦାରି, ବଳା, ପନ୍ଦାରି ଚାବି, ଗୟଳ କଣ୍ଟା ନିର୍ମାଣ କରୁଛନ୍ତି କମାର ସେବକ । ୧୮୩ ଜଣ ରଥ ନିର୍ମାଣ କାର୍ୟ୍ୟରେ ନିୟୋଜିତ ହୋଇଥିଲେ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!