ପୁରୁଷୋତ୍ତମପୁର (ବାଘୁଆବାର୍ତ୍ତା): ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ପୁରୁଷୋତ୍ତମପୁର ଥାନା ବେଡଛେଲୁ କୁମ୍ଭାରସାହିରେ । ପାରିବାରିକ କଳହରୁ ଏଭଳି ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି । ମିଳିଥିବା ସୂଚନାନୁସାରେ, ପ୍ରଥମେ ସ୍ତ୍ରୀକୁ ଏକ ଶିଳିପୁଆରେ ଛେଚି ହତ୍ୟା କରିବା ପରେ ବେକରେ ଗାମୁଛା ଲଗାଇ ସ୍ୱାମୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ସ୍ତ୍ରୀ ହେଲେ ଝିଲି ମୁଦୁଲି ଓ ସ୍ୱାମୀ ପ୍ରଶାନ୍ତ ମୁଦୁଲି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ପୂରା ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।






