ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ସକାଳୁ ଇଟାମାଟି ଥାନା ଅଞ୍ଚଳରେ ଏକ ଦୁଷ୍କର୍ମ ମାମଲା ଘଟିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି । ଏ ପର୍ଯ୍ୟନ୍ତ ଆସାମୀ ଫେରାର ଅଛି । ଏହି ଘଟଣାର ୧୨ଘଣ୍ଟା ପରେ ଦଶପଲ୍ଲା ଥାନା ଅଞ୍ଚଳରେ ଆଉ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗ ହୋଇଛି । ଦଶପଲ୍ଲା ଥାନାରେ ୯୦/୨୦୨୧ରେ ଏକ ମାମଲା ରୁଜୁ ହୋଇଛି । ସୁଚନାନୁସାରେ, ଦଶପଲ୍ଲା ଥାନା ଅନ୍ତର୍ଗତ ତେଣ୍ଡାବାଡି ଗାଁର ଶରତ ମାଝି ଉକ୍ତ ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଆଲୋଚନା ହେଉଛି ଯେ, ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା କି !






