Sunday, July 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇସ୍ତଫା ଦେଲେଣି ୮ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ

by ସଞ୍ଜୟ ସ୍ୱାଇଁ
June 2, 2021
in NATIONAL NEWS
୨୪ଘଣ୍ଟାରେ ୮ମୃତ: ବଢୁଛି ସକ୍ରମଣ ସଂଖ୍ୟା
337
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ମହାମାରୀ କରୋନା ବିଶ୍ୱକୁ ଗ୍ରାସି ଥିବା ବେଳେ ୮ଟି ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତାଫା ଦେଇଥିବା ଜଣାପଡିଛି । ମହମାରୀ କରୋନା ୨୦୨୦ବର୍ଷ ପ୍ରଥମ ଲହର ଭଳି ୨୦୨୧ର ଦ୍ୱିତୀୟ ଲହରରେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି । କରୋନା ମହାମାରୀକୁ ଠିକ୍ ଭାବରେ ନିୟନ୍ତ୍ରଣ କରିବା ଓ ଲୋକଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଦେଇ ପାରିବାରେ ଅନେକ ରାଷ୍ଟ୍ର ବିଫଳ ହୋଇଛି । ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଛୋଟ ଛୋଟ କାରଣ ପାଇଁ ନିଜ ପଦ ଛାଡ଼ି ସାରିଲେଣି । କରୋନା ମହାମାରୀ ସୃଷ୍ଟି କରିଥିବା ଭୟାବହତା ପାଇଁ ନିଜର ଅପାରଗତାକୁ ଦାୟୀ କରି ଏଭଳି ପଦକ୍ଷେପ ନେଇଛନ୍ତି । ବ୍ରାଜିଲରେ କରୋନା ନିୟନ୍ତ୍ରଣରେ ସରକାର ବିଫଳ ହୋଇଥିବାରୁ ଲୋକମାନେ ପ୍ରଧାନମନ୍ତ୍ରୀ ବୋଲସୋନାରଙ୍କ ଇସ୍ତଫା ଦାବି କରି ରାଜରାସ୍ତାକୁ ଉହ୍ଲାଇଛନ୍ତି । ଇକ୍ସେଡର ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଟିକାକରଣ କାର୍ଯ୍ୟକ୍ରମରେ ପ୍ରୟାପ୍ରିତୀ ତୋଷଣ କରିବା ଅଭିଯୋଗରେ ୩ସପ୍ତାହ କାର୍ଯ୍ୟ କରିବା ପରେ ରୋଡୋଲଫୋ ଫାରଫନ ନିଜ ପଦରୁ ଇସ୍ତଫା ଦେଇଥିଲେ । ଅଷ୍ଟ୍ରିଆ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରେ ୱାର୍କ ଲୋଡ ପରୁଥିବାରୁ ଇସ୍ତଫା ଦେଇଥିଲେ । ସେହିପରି ଇରାକ ଦେଶରେ ଗୋଟିଏ କୋଭିଡ୍ ହସ୍ପିଟଲାରେ ଭୟାନକ ଅଗ୍ନକାଣ୍ଡ ଘଟିଥିଲା । ଏଥିରେ ୮୦ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିଲା । ଯେଉଁଥି ପାଇଁ ଇରାକ ସ୍ୱାସ୍ଥ୍ୟମନ୍ତ୍ରୀ ହାସନ ଅଲ ତାମିମ୍ ପଦରୁ ଇସ୍ତଫା ଦେଇଥିଲେ । ଆର୍ଜେଣ୍ଟିନାରେ ଟିକାକରଣ କାର୍ଯ୍ୟକ୍ରମରେ ବିଭ୍ରାଟ ଉପୁଜିଥିବାରୁ ଚଳିତ ବର୍ଷ ଫେବୃଆରୀ ମାସରେ ଆର୍ଜେଣ୍ଟିନା ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଗୋଞ୍ଜାଲେଜ ଗାରସିଆ ଇସ୍ତଫା ଦେଇଥିଲେ । ସରକାରଙ୍କ ଦ୍ୱାରା ପରିଚାଳିତ କୋଭିଡ୍ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୬ଜଣ ରୋଗୀଙ୍କର ମୃତ୍ୟୁ ହେବାରୁ ଜୋର୍ଡାନ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ନାଜିର ଉବେଇଦାତ ଇସ୍ତଫା ଦେଇଛନ୍ତି । ମହାମାରୀ କରୋନା ଟିକା ସାଧାରଣ ଲୋକ ନେବା ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଟିକା ନେଇଥିଲେ । ଯେଉଁଥି ପାଇଁ ପେରୁ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ ପିଲାର ମାଜେଟ୍ଟି ଇସ୍ତଫା ଦେଇଥିଲେ । ମହାମାରୀ କରୋନା ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବା ବେଳେ ସ୍ଲୋଭାକିଆ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ବିଫଳ ହୋଇଥିଲେ । ଯେଉଁଥି ପାଇଁ ଇସ୍ତଫା ଦେବାକୁ ପଡିଥିଲା । ସେହିପରି ଚିକିତ୍ସା ଅଭାବରି ଜଣେ ମା ଓ ତାଙ୍କ ନବଜାତ ଶିଶୁ କରୋନାରେ ମୃତ୍ୟୁ ହୋଇଥିବାରୁ ନୈତିକତା ଦୃଷ୍ଟିରୁ ମଙ୍ଗୋଲିଆ ଦେଶର ପ୍ରଧାନମନ୍ତ୍ରୀ ଖୁରେଲୁସୁଖ ଉଖାନ୍ନାଙ୍କ ସହ କ୍ୟାବିନେଟର ସମସ୍ତ ସଦସ୍ୟ ଇସ୍ତଫା ଦେଇଥିଲେ । ପୂର୍ବରୁ କରୋନାର ପ୍ରଥମ ଲହରରେ ନିୟନ୍ତ୍ରଣ କରିବାରେ ବିଫଳ ହୋଇ ନ୍ୟୁଜଲାଣ୍ଡ, ଚେକଗଣ ରାଜ୍ୟ ଓ ବ୍ରାଜିଲ ଭଳି ଦେଶର ସ୍ୱାସ୍ଥ୍ୟମନ୍ତ୍ରୀମାନେ ଇସ୍ତଫା ଦେଇଥିଲେ । ଭାରତ କଥା ଯଦି ଦେଖିବା କରୋନା ସାଂଘାତିକ ପରିସ୍ଥିତି ସୃଷ୍ଟି କରିଥିଲେ ହେଁ ଏଥିପାଇଁ କିଏ ଦାୟୀ, ତାହା କେହି କହିପାରୁ ନାହାନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!