Sunday, July 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାଛ ଚାଷରେ ବାୟୋ ଫ୍ଲକ୍‌ ଏକ ବିପ୍ଳବ

by ସଞ୍ଜୟ ସ୍ୱାଇଁ
June 2, 2021
in Feature News
ମାଛ ଚାଷରେ ବାୟୋ ଫ୍ଲକ୍‌ ଏକ ବିପ୍ଳବ
179
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ମାଛ ଚାଷ କ୍ଷେତ୍ରରେ ବାୟୋ-ଫ୍ଲକ୍‌ ଏକ ବିପ୍ଳବ ଆଣିପାରିବ । ବିଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ମାଛ ଉତ୍ପାଦନରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ବିଗତ ୨୦ ବର୍ଷ ମଧ୍ୟରେ ରାଜ୍ୟରେ ମାଛ ଉତ୍ପାଦନ ୧.୫୬ ଲକ୍ଷ ମେଟି୍ରକ୍‌ ଟନ୍‌ରୁ ୨୦୨୦-୨୧ରେ ୮.୭୩ ଲକ୍ଷ ମେଟି୍ରକ୍‌ ଟନ୍‌ ହୋଇଛି । ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଦିଗରେ ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ରହିଥିବାବେଳେ ନୂତନ ଜ୍ଞାନକୌଶଳ ବାୟୋ ଫ୍ଲକ୍‌ ପଦ୍ଧତିରେ ମାଛ ଚାଷ ରାଜ୍ୟକୁ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ବଳକା ରାଜ୍ୟରେ ପରିଣତ କରିବା ସହିତ ବିପୁଳ ରପ୍ତାନୀର ସୁଯୋଗ ସୃଷ୍ଟି କରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ରାଜ୍ୟରେ ବାୟୋ ଫ୍ଲକ୍‌ ପଦ୍ଧତିରେ କରାଯାଉଥିବା ମାଛ ଚାଷର ଅଗ୍ରଗତି ସଂପର୍କରେ ଆୟୋଜିତ ଏକ ଭର୍ଚୁଆଲ ସମୀକ୍ଷା ବୈଠକରେ ଯୋଗଦେଇ ରାଜ୍ୟର ବିଭିନ୍ନ ଅଞ୍ଚଳର ବାୟୋ ଫ୍ଲକ୍‌ ଉଦ୍ୟୋଗୀମାନଙ୍କ ସହିତ ସେମାନଙ୍କ ପ୍ରକଳ୍ପ ସଂପର୍କରେ ଆଲୋଚନା କରିଥିଲେ । ଆଲୋଚନା ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ ଯେ ଏହି ପଦ୍ଧତିରେ କମ ଜାଗାରେ ଏବଂ କମ୍‌ ଜଳରେ ଫାର୍ମ ପଣ୍ଡ ତୁଳନାରେ ପ୍ରାୟ ଦଶଗୁଣ ଅଧିକ ମାଛ ଉତ୍ପାଦନ ହୋଇପାରୁଛି । ଏହି ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆକର୍ଷଣୀୟ ସବ୍‌ସିଡିର ବ୍ୟବସ୍ଥା କରାଯାଇଛି । ସାଧାରଣ ବର୍ଗର ଉଦ୍ୟୋଗୀମାନଙ୍କୁ ୪୦ ପ୍ରତିଶତ ସବ୍‌ସିଡି ଦିଆଯାଉଥିବାବେଳେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ମହିଳା ଉଦ୍ୟୋଗୀମାନଙ୍କୁ ୬୦ ପ୍ରତିଶତ ସବ୍‌ସିଡି ପ୍ରଦାନ କରାଯାଉଛି । ବାୟୋ-ଫ୍ଲକ୍‌ ଟ୍ୟାଙ୍କ ପ୍ରତିଷ୍ଠା ନିମନ୍ତେ ବ୍ୟାଙ୍କରୁ ଋଣ ପ୍ରଦାନର ବ୍ୟବସ୍ଥା ରହିଥିବାବେଳେ ଯୁବ ଉଦ୍ୟୋଗୀମାନେ ଅଧିକ ସଂଖ୍ୟାରେ ପ୍ରକଳ୍ପ ପ୍ରତିଷ୍ଠା ଦିଗରେ ମନୋନିବେଶ କରି ଆତ୍ମନିଯୁକ୍ତି ପାଇବା ସହିତ ଅନ୍ୟମାନଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବେ । ରାଜ୍ୟ ସରକାର ବାୟୋ ଫ୍ଲକ୍‌ ପ୍ରଣାଳୀରେ ମାଛ ଚାଷକୁ ଗୁରୁତ୍ୱ ପ୍ରଦାନ କରୁଥିବାବେଳେ ଉଦ୍ୟୋଗୀମାନଙ୍କୁ ମାଛ ଚାଷ ସଂପର୍କରେ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯାଇଛି । ବାୟୋ ଫ୍ଲକ୍‌ ଉଦ୍ୟୋଗୀମାନଙ୍କୁ ଠିକ୍‌ ସମୟରେ ମାଛ ଜାଅଁଳ ଯୋଗାଇଦେବା କ୍ଷେତ୍ରରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଡ. ସାହୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମତ୍ସ୍ୟ ନିର୍ଦ୍ଦେଶାଳୟର ଅଧିକାରୀମାନେ ନିୟମିତ ବାୟୋ-ଫ୍ଲକ୍‌ ଉଦ୍ୟୋଗୀମାନଙ୍କ ସହିତ ସିଧାସଳଖ ସଂପର୍କ ରଖିବା ପାଇଁ ମନ୍ତ୍ରୀ ଡ. ସାହୁ ପରାମର୍ଶ ଦେବା ସହିତ ବାୟୋ-ଫ୍ଲକ୍‌ ମାଛ ଚାଷ ସମ୍ବନ୍ଧିତ ସମସ୍ତ ତଥ୍ୟ ବିଭାଗୀୟ େୱବ୍‌ସାଇଟ୍‌ ଏବଂ ସାମାଜିକ ଗଣମାଧ୍ୟମରେ ଉପଲବ୍ଧ କରାଇବା ପାଇଁ ମନ୍ତ୍ରୀ କହିଥିଲେ । ଆଜିର ଆଲୋଚନାରେ ବାୟୋ-ଫ୍ଲକ୍‌ ଉଦ୍ୟୋଗୀମାନଙ୍କର ମତାମତକୁ ତର୍ଜମା କରାଯାଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ କହିଲେ ଯେ ରାଜ୍ୟରେ ଅଦ୍ୟାବଧି ୧୬୧୨ଟି ବାୟୋ-ଫ୍ଲକ୍‌ ଟ୍ୟାଙ୍କ ନିର୍ମାଣ କରାଯାଇଛି । ଏବଂ ୨୦୨୧-୨୨ ବର୍ଷରେ ରାଜ୍ୟରେ ୫୦୦୦ ବାୟୋ-ଫ୍ଲକ୍‌ ଟ୍ୟାଙ୍କ ନିର୍ମାଣର ଲକ୍ଷ୍ୟ ରଖାଯାଇଛି । ଜିଲ୍ଲା ମତ୍ସ୍ୟ ଅଧିକାରୀମାନେ କ୍ଷେତ୍ର ଅଧିକାରୀମାନଙ୍କୁ ପଠାଇ ନିର୍ମାଣଧୀନ ସମସ୍ତ ବାୟୋ-ଫ୍ଲକ୍‌ ଟ୍ୟାଙ୍କକୁ ଜୁନ୍‌ ୨୦୨୧ ସୁଦ୍ଧା ସାରିବା ପାଇଁ ସଚିବ ଶ୍ରୀ ରଘୁପ୍ରସାଦ ନିର୍ଦ୍ଦେଶ ଦେଇଥିଲେ । ବୈଠକ ପ୍ରାରମ୍ଭରେ ମତ୍ସ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନ ବାୟୋ-ଫ୍ଲକ୍‌ ଯୋଜନା ସଂପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ । କୋଭିଡ୍‌-୧୯ ମହାମାରୀ ପରିପ୍ରେକ୍ଷୀରେ ବାୟୋ-ଫ୍ଲକ୍‌ ମତ୍ସ୍ୟ ଉଦ୍ୟୋଗୀମାନଙ୍କୁ ବିଭାଗ ପକ୍ଷରୁ ଅନ୍‌ଲାଇନ୍‌ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଉଛି ବୋଲି କହିଥିଲେ । ବୈଠକରେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାର ବାୟୋ-ଫ୍ଲକ୍‌ ମତ୍ସ୍ୟ ଉଦ୍ୟୋଗୀମାନେ ଯୋଗଦେଇ ସେମାନଙ୍କ ମତାମତ ପ୍ରଦାନ କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!