ନୟାଗଡ଼,(ବାଘୁଆବାର୍ତ୍ତା): ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କ ୬୮ ବର୍ଷ ବୟସ ହୋଇଥିଲା । କିଛିଦିନ ହେବ ସେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ । ସେ ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ନବୀନ ପଟ୍ଟନାୟକଙ୍କ ସରକାରରେ ଜଙ୍ଗଲ ଓ ସ୍ୱାସ୍ଥ୍ୟ ବିଭାଗ ଭଳି ଦାୟିତ୍ୱ ତୁଲାଇଥିଲେ । ଜନତା ଦଳରୁ ଦୁଇ ଥର ଏବଂ ବିଜୁ ଜନତା ଦଳରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପ୍ରଥମ କରି ୧୯୯୦ ମସିହାରେ ସେ ବିଧାନସଭାକୁ ଆସିଥିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି ।






