ତାଳଚେର, (ବାଘୁଆବାର୍ତ୍ତା): କୋଲ ହ୍ୟାଣ୍ଡଲିଂ ପ୍ଲାଣ୍ଟରେ ଭୟାନକ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ସୂଚନାନୁସାରେ, ତାଳଚେର ଭରତପୁର ଅଞ୍ଚଳରେ ଥିବା କୋଇ ହ୍ୟାଣ୍ଡଲିଂ ପ୍ଲାଣ୍ଟରେ ବିଳମ୍ବିତ ରାତିରେ ପ୍ଲାଣ୍ଟ ପରିସରରେ ଲାଗିଥିବା ସାଇଲୋ ବେଲ୍ଟରେ ହଠାତ୍ ନିଆଁ ଲାଗିଯାଇଥିଲା । ଧୂଆଁ ବାହାରୁଥିବାର ଦେଖି କର୍ମଚାରୀମାନେ ବେଲ୍ଟକୁ ବନ୍ଦ କରି ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ । ତେବେ ସର୍ଟ ସର୍କିଟ ଲିମ୍ବା ବେଲ୍ଟର ନିମ୍ନରେ ଥିବା ରୋଲର ସିଷ୍କ୍ରିୟ ଥିବାରୁ ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି ଅନୁମାନ କରାଯାଇଛି । ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଥିଭା ବେଳେ ଏମସିଏଲ କର୍ତ୍ତୃପକ୍ଷ ଚୁପ୍ ରହିବା ଦ୍ୱାରା ରକ୍ଷଣାବେକ୍ଷଣା ଅଭାବ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ନେଇ ଶ୍ରମିକ ସଂଗଠନ ଅଭିଯୋଗ କରିଛନ୍ତି ।






