ଭୁବନେଶ୍ୱର (ବାଘୁଆବାର୍ତ୍ତା) ରାଜଧାନୀରୁ ୫ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ବ୍ରାଉନସୁଗାର ଜବତ କରିଛି କମିଶନରେଟ ପୋଲିସ । ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରୁ ବ୍ରାଉନସୁଗାର ଜବତ କରାଯାଇଛି । ଏଥିସହ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଡମ୍ବୁରୁ ଧଳ ବିଶ୍ୱାଳ, ଶେଖ ୟାସିନ । ସେମାନଙ୍କ ନିକଟରୁ ପୋଲିସ ଗୋଟିଏ ବାଇକ ଓ ୨ଟି ମୋବାଇଲ ଜବତ କରିଛି ।






