Sunday, July 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଭିନେତ୍ରୀଙ୍କ ମୁହଁରେ ରକ୍ତ ଛିଟା, ଭାଇରାଲ ହେଉଛି ନିଶାଙ୍କ ଫଟୋ

by ସଞ୍ଜୟ ସ୍ୱାଇଁ
June 2, 2021
in NATIONAL NEWS
ଅଭିନେତ୍ରୀଙ୍କ ମୁହଁରେ ରକ୍ତ ଛିଟା, ଭାଇରାଲ ହେଉଛି ନିଶାଙ୍କ ଫଟୋ
338
VIEWS
Share on FacebookShare on Twitter

ମୁମ୍ବାଇ (ବାଘୁଆବାର୍ତ୍ତା): ଅଭିନେତ୍ରୀ ନିଶା ରାୱଲ ଏବଂ ତାଙ୍କ ସ୍ୱାମୀ କରଣ ମେହେରାଙ୍କ ମଧ୍ୟରେ ବିବାଦ ଥମିବାରେ ନାଁ ନେଉନି। ଉଭୟ ପକ୍ଷରୁ ଭିନ୍ନ ଭିନ୍ନ ମତ ଦିଆଯାଉଛି । ନିଶା କରଣ ଉପରେ ଘରୋଇ ହିଂସା ଅଭିଯୋଗ କରିଥିଲେ। ଏହାର ଉତ୍ତରରେ କରଣ କହିଛନ୍ତି ଯେ, ନିଶା ନିଜେ ନିଜକୁ ଆଘାତ ଦେଇଛନ୍ତି। ଏହା ପରେ ନିଶା ମଙ୍ଗଳବାର ଗଣମାଧ୍ୟମ ସାମ୍ନାକୁ ଆସି ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଦେଖାଇଥିଲେ। ଏଥି ସହିତ ନିଶାଙ୍କ ଏକ ଫଟୋ ମଧ୍ୟ ଭାଇରାଲ ହେଉଛି, ତାଙ୍କ ମଥାରେ ଆଘାତ ଲାଗିଛି ଏବଂ ମୁହଁରେ ରକ୍ତ ଛିଟା ଲାଗିଛି। ନିଶାଙ୍କ ଏହି ଫଟୋ ବହୁତ ଯନ୍ତ୍ରଣାଦାୟକ ଅଟେ । ନିଶାଙ୍କ ସାଙ୍ଗ ତଥା ଫ୍ୟାସନ ଡିଜାଇନର ରୋହିତ ବର୍ମା ଇନଷ୍ଟାରେ ଏହି ଫଟୋ ସେୟାର କରି ତାଙ୍କ ପାଇଁ ନ୍ୟାୟ ମାଗିଛନ୍ତି । ଏଥିସହ କରଣ ମେହେରାଙ୍କ ପୋଲ ଖୋଲିବାକୁ ଦାବି କରିଛନ୍ତି। ନିଶାଙ୍କ କହିବାନୁସାରେ, ଏହା ପ୍ରଥମ ନୁହେଁ ଯେ କରଣ ତାଙ୍କ ଉପରେ ହାତ ଉଠାଇଥିଲେ। କରଣ ବହୁ ଥର ଏପରି ମାଡ଼ ମାରିଛନ୍ତି। ଗତ ୩୧ ତାରିଖ ଦିନ କରନ ମେହେରାଙ୍କ ବିରୋଧରେ ଗୋରେଗାଓଁରେ ତାଙ୍କ ପତ୍ନୀ ନିଶା ରାୱଲ ଥାନାରେ ଅଭିଯୋଗ ଆଣିଥିଲେ। କରଣ ମେହେରା ଏବଂ ନିଶା ରାୱଲଙ୍କ ଦାମ୍ପତ୍ୟ ଜୀବନ ଠିକଠାକ ଚାଲିନଥିଲା। ବିବାଦ ବଢ଼ିବା ପରେ ନିଶା ରାୱଲ କରଣଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିଲେ। କରନ ୨୪ ନଭେମ୍ବର ୨୦୧୨ ରେ ଅଭିନେତ୍ରୀ ନିଶାଙ୍କୁ ବିବାହ କରିଥିଲେ। ଉଭୟ ପରସ୍ପରକୁ ୬ ବର୍ଷ ଧରି ଡେଟ କରିଥିଲେ। ୨୦୧୭ ରେ ସେମାନଙ୍କର ଏକ ପୁଅ ହୋଇଥିଲା । କରନ ଷ୍ଟାର୍ ପ୍ଲସ୍ ସିରିଏଲ୍ ‘ୟେ ରିସ୍ତା କ୍ୟା କହଲାତା ହୈ’ ରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ତାଙ୍କ ଚରିତ୍ରର ନାମ ଥିଲା ନୈତିକ ସିଙ୍ଘାନିଆ । ଏହା ପରେ ସେ ‘ନଚ୍ ବଲିୟେ ୫’, ‘ନଚ୍ ବଲିୟେ ଶ୍ରୀମାନ ଭର୍ସେସ୍ ଶ୍ରୀମତୀ’ ଏବଂ ‘ବିଗ୍ ବସ୍ ୧୦’ ରେ ଭାଗ ନେଇଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!