Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା

ରାଜ୍ୟରେ ଗବେଷଣା ସଂସ୍କୃତିକୁ ବ୍ୟାପକ କରିବ : ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁ

by Sanjay Swain
June 1, 2021
in Education
ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା
112
VIEWS
Share on FacebookShare on Twitter

ଭୁବନେଶ୍ୱର, ତା.୦୧/୦୬/୨୦୨୧ ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଗବେଷଣାକୁ ଅଧିକ ବ୍ୟାପକ ଏବଂ ଗବେଷଣା ସଂସ୍କୃତିକୁ ଆଗେଇ ନେବା ଦିଗରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା ଏକ ସମୟୋପଯୋଗୀ ପଦକ୍ଷେପ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଦୂରଦୃଷ୍ଟିସଂପନ୍ନ ପଦକ୍ଷେପ ଯୁବକଯୁବତୀଙ୍କୁ ଅଧିକ ଦକ୍ଷ କରି ତୋଳିବା ସହିତ ସେମାନଙ୍କର ଗବେଷଣା ଲବ୍ଧ ଜ୍ଞାନ ଜନସାଧାରଣଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବାରେ ସହାୟକ ହୋଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।
ଆଜି ଆୟୋଜିତ ଏକ ଭର୍ଚୁଆଲ ବୈଠକରେ ମନୋନୀତ ରିସର୍ଚ୍ଚ ସ୍କଲାରମାନଙ୍କ ସହିତ ଆଲୋଚନା କରିବା ଅବସରରେ ମନ୍ତ୍ରୀ ଡ. ସାହୁ କହିଥିଲେ ଯେ ମାନବ ସମାଜ ଦିନକୁ ଦିନ ନୂଆ ନୂଆ ଆହ୍ୱାନର ସମ୍ମୁଖୀନ ହେଉଛି । କୋଭିଡ୍‌-୧୯ ପରି ମହାମାରୀ ଯୋଗୁ ସାରା ବିଶ୍ୱ ଏକ ଅସ୍ୱଭାବିକ ପରିସ୍ଥିତି ଦେଇ ଗତି କରୁଛି । ଏଥି ସହିତ ଆମ ରାଜ୍ୟକୁ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ୁଛି । ଏପରି କ୍ଷେତ୍ରରେ ଗବେଷଣା ଲବ୍ଧ ଜ୍ଞାନ ଯେପରି ମାନବ ସମାଜର କଲ୍ୟାଣ ସାଧିତ ହୋଇପାରିବ ଏବଂ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସହାୟକ ହୋଇପାରିବ ସେଥି ନିମନ୍ତେ ଯୁବ ଗବେଷକମାନେ ବିଶେଷ ଧ୍ୟାନ ଦେବା ଉଚିତ । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨୦୧୯ ରାଜ୍ୟ ମସିହାରୁ ଆରମ୍ଭ କରାଯାଇଥିବା ଏହି ଯୋଜନାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଯୁବ ଅଧ୍ୟାପକଅଧ୍ୟାପିକାମାନଙ୍କୁ ଗବେଷଣା ନିମନ୍ତେ ଦୁଇବର୍ଷ ନିମନ୍ତେ ୫ ଲକ୍ଷ ଟଙ୍କା ସିଡ୍‌ ଫଣ୍ଡ ପ୍ରଦାନ ଓ ଏନ୍‌ଇଟିରେ ଚୟନ ହୋଇଥିବା ଓ ରାଜ୍ୟ ବିଶ୍ୱବିଦ୍ୟାଳୟ କିମ୍ବା ରାଜ୍ୟ ଶିକ୍ଷାନୁଷ୍ଠାନରେ ପୂର୍ଣ୍ଣକାଳୀନ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ପିଏଚ୍‌ଡି କାର୍ଯ୍ୟକ୍ରମ ନିମନ୍ତେ ମାସିକ ୧୫ ହଜାର ଟଙ୍କାର ଫେଲୋସିପ୍‌ ୪ ବର୍ଷ ନିମନ୍ତେ ପ୍ରଦାନ ଏବଂ ସନ୍ଦର୍ଭ ପ୍ରକାଶନ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା କରାଯାଇଛିି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।
୨୦୨୦ ବର୍ଷ ନିମନ୍ତେ ଏହି ଯୋଜନାରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପାଇଥିବା ୧୬୬ଟି ଗବେଷଣା ପ୍ରସ୍ତାବ ଏଥି ମଧ୍ୟରୁ ୧୫୩ଟି ପ୍ରସ୍ତାବକୁ ଅଭିଜ୍ଞ ବିଶେଷଜ୍ଞ ମଣ୍ଡଳୀ ଦ୍ୱାରା ସମୀକ୍ଷା କରାଯାଇ ୧୦୬ଟି ପ୍ରସ୍ତାବକୁ ଚୟନ କମିଟି ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା । ସେଥି ମଧ୍ୟରୁ ୪୦ଟି ପ୍ରସ୍ତାବକୁ ସିଡ୍‌ ରିସର୍ଚ୍ଚ ଫଣ୍ଡ ପ୍ରଦାନ ନିମନ୍ତେ ଅନୁମୋଦନ କରାଯାଇଥିଲା । ଏଥିରେ ୧୫ଟି ପ୍ରକଳ୍ପ ବିଜ୍ଞାନ ସମ୍ମନ୍ଧୀୟ ଗବେଷଣା ହୋଇଥିବାବେଳେ ୬ଟି ଇଂଜିନିୟରିଂ, ୧୨ଟି ସାମାଜିକ ବିଜ୍ଞାନ, ୨ଟି ବାଣିଜ୍ୟ ଓ ବ୍ୟବସାୟ ଏବଂ ୫ଟି ଭାଷା ସମ୍ବନ୍ଧୀୟ ଗବେଷଣାକୁ ଅନୁମୋଦନ କରାଯାଇଥିଲା ।
ସେହିପରି ୨୦୨୦ରେ ପିଏଚ୍‌ଡି ରିସର୍ଚ୍ଚ ଫେଲୋସିପ୍‌ ନିମନ୍ତେ ୫୭ଟି ଆବେଦନପତ୍ର ମିଳିଥିବାବେଳେ ଫେଲୋସିପ୍‌ ନିମନ୍ତେ ୩୭ଟି ଆବେଦନକୁ ଅନୁମୋଦନ କରାଯାଇଥିଲା । ଏହି ପୂର୍ଣ୍ଣକାଳୀନ ରିସର୍ଚ୍ଚ ଫେଲୋସିପ୍‌ ନିମନ୍ତେ ପ୍ରତ୍ୟେକଙ୍କୁ ମାସିକ ୧୫ ହଜାର ଟଙ୍କା ଫେଲୋସିପ୍‌ ଏବଂ କଣ୍ଟିଜେନ୍‌ସି ବାବଦକୁ ବାର୍ଷିକ ୧୫ ହଜାରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ୩୭ ଜଣ ରିସର୍ଚ୍ଚ ଫେଲୋସିପ୍‌ ମଧ୍ୟରୁ ୧୫ ଜଣ ବିଜ୍ଞାନରେ, ୧୩ ଜଣ ସାମାଜିକ ବିଜ୍ଞାନ, ୨ ଜଣ ବାଣିଜ୍ୟ ଏବଂ ୭ ଜଣ ଭାଷା ଓ ସାହିତ୍ୟ ବିଭାଗରେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ବୈଠକର ମୂଳ ଆଭିମୁଖ୍ୟ ଥିଲା ମନୋନୀତ ରିସର୍ଚ୍ଚ ସ୍କଲାରମାନଙ୍କୁ ସେମାନଙ୍କ ଗବେଷଣା ନିମନ୍ତେ ପ୍ରୋତ୍ସାହିତ କରିବା ।
ବୈଠକ ପ୍ରାରମ୍ଭରେ ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ପ୍ରାରମ୍ଭିକ ଅଭିଭାଷଣରେ କହିଥିଲେ ଯେ କୋଭିଡ୍‌ ମହାମାରୀ ସତ୍ତେ୍ୱ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଓ ପ୍ରୋତ୍ସାହନ ଯୋଜନାର ଅଗ୍ରଗତି ଆଶାନୁରୂପ ହୋଇପାରିଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ପ୍ରଫେସର ସୁସ୍ମିତ ପ୍ରସାଦ ପାଣି, ପ୍ରଫେସର ଅତନୁ କୁମାର ପତିଙ୍କ ସମେତ ରିସର୍ଚ୍ଚ ସ୍କଲାରମାନେ ସେମାନଙ୍କ ମତ ବିନିମୟ କରିଥିଲେ ।
ତାପସ ସାହା
ସୂଚନା ଅଧିକାରୀ

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!