Sunday, July 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡକୁ ଅଧିକ କ୍ରିୟାଶୀଳ କରାଯିବ : ମନ୍ତ୍ରୀ ଡ. ସାହୁ

by ସଞ୍ଜୟ ସ୍ୱାଇଁ
June 1, 2021
in Feature News
ଭିକ୍ଷାକାରୀଙ୍କ ପରଲୋକରେ କୃଷି ମନ୍ତ୍ରୀଙ୍କ ଶୋକ
116
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ପ୍ରାଣୀମାନଙ୍କ ମଙ୍ଗଳ ସାଧନ ଓ ସେମାନଙ୍କ ପ୍ରତି ହେଉଥିବା ନିଷ୍ଠୁର ଆଚରଣରୁ ସୁରକ୍ଷା ପ୍ରଦାନ କରିବା ଦିଗରେ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ଏହାକୁ ଅଧିକ ସଶକ୍ତ କରିବା ସହ ଭିତ୍ତିଭୂମିର ବିକାଶ କରାଯିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି ପୂର୍ବାହ୍ନର ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ପୁନର୍ଗଠିତ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡର ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ କହିଲେ ଯେ ପ୍ରାଣୀମାନଙ୍କ ଉତ୍ପୀଡ଼ନ ଓ ସେମାନଙ୍କ ପ୍ରତି ନିଷ୍ଠୁର ଆଚରଣ ଅମାନବୀୟ ଓ ବର୍ଜନୀୟ । ପ୍ରାଣୀମାନଙ୍କ ମଙ୍ଗଳ ନିମନ୍ତେ ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଥିବା ବିଭିନ୍ନ ଆଇନର କଡ଼ାକଡ଼ି ଅନୁପାଳନ ଓ ଯୋଜନାଗୁଡ଼ିକର ସଠିକ ରୂପାୟନ ଦିଗରେ ବୋର୍ଡ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଉଛି । ପ୍ରାଣୀ ଚିକିତ୍ସା ବ୍ୟବସ୍ଥାକୁ ଅଧିକ ବ୍ୟାପକ କରାଯିବା ସହିତ ପାଟ୍ରୋଲିଂ ଓ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ଏଥି ସହିତ ବହୁଳ ପ୍ରଚାର ଓ ପ୍ରସାର ଏବଂ ଗଣମାଧ୍ୟମ ଜରିଆରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ କହିଲେ ଯେ ପୀଡ଼ିତ ପ୍ରାଣୀମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବା ପାଇଁ ହେଲପ୍‌ଲାଇନ୍‌ ନମ୍ବର ଓ ପ୍ରାଣୀ ଚିକିତ୍ସା ଆମ୍ବୁଲାନ୍ସର ପ୍ରଚଳନର ବ୍ୟବସ୍ଥା କରାଯାଉଛି । ବୈଠକରେ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ତଥା ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡର ସଦସ୍ୟ ସଚିବ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡ ପକ୍ଷରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରି କହିଲେ ପେଟ ସପ୍‌ ଓ ଡଗ୍‌ ବି୍ରଡିଂ ବ୍ୟବସାୟିକ ଅନୁଷ୍ଠାନଗୁଡ଼ିକର ପଂଜୀକରଣ ଓ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡଠାରୁ ସାର୍ଟିଫିକେଟ୍‌ ହାସଲ ବ୍ୟବସ୍ଥାକୁ କଡ଼ାକଡ଼ି ଅନୁପାଳନ ଦିଗରେ ପଦକ୍ଷେପ ନିଆଯାଇଛି । ବୋର୍ଡ ପକ୍ଷରୁ ପ୍ରାଣୀମାନଙ୍କ ମଙ୍ଗଳ ନିମନ୍ତେ କାର୍ଯ୍ୟ କରୁଥିବା ବିଭିନ୍ନ ସେ୍ୱଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରାଯିବା ସହିତ ଅଧିକ ସଂଖ୍ୟକ ଅନୁଷ୍ଠାନ ଗଠନ ଦିଗରେ ପ୍ରୋତ୍ସାହିତ କରାଯାଉଛି । ବୈଠକରେ ଯୋଗଦେଇଥିବା ସଦସ୍ୟମାନେ ଜିଲ୍ଲାସ୍ତରରେ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବା ଓ ପ୍ରାଣୀ ମଙ୍ଗଳ ଆଇନ ସଂପର୍କରେ ଅଭିଜ୍ଞ ନିରୀକ୍ଷକ ଓ କର୍ମଚାରୀଙ୍କୁ ଯାଞ୍ଚ ବ୍ୟବସ୍ଥାରେ ନିୟୋଜିତ କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ । ଏଥି ସହିତ ଜିଲ୍ଲାସ୍ତରରେ ଥିବା ସୋସାଇଟି ଫର ପି୍ରଭେନ୍‌ସନ୍‌ ଟୁ ଆନିମଲସ୍‌କୁ ଅଧିକ ସୁଦୃଢ଼ କରାଯିବା ସହ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡରେ ପୂର୍ଣ୍ଣକାଳୀନ ଅଧିକାରୀ ଓ କର୍ମଚାରୀ ନିୟୋଜନ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ବିଭିନ୍ନ ଗୋଶାଳା ଏବଂ ପ୍ରାଣୀ ମଙ୍ଗଳ ଅନୁଷ୍ଠାନଗୁଡ଼ିକୁ ଦିଆଯାଉଥିବା ଅନୁଦାନର ଅଡିଟ୍‌ ବ୍ୟବସ୍ଥା ଉପରେ ସଭ୍ୟମାନେ ଗୁରୁତ୍ୱ ଦେଇଥିଲେ । ବୈଠକରେ ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ କୃଷି ଉତ୍ପାଦନ କମିଶନର ଶ୍ରୀ ରାଜ କୁମାର ଶର୍ମା, ମୋରଡ଼ା ବିଧାୟକ ଶ୍ରୀ ରାଜ କିଶୋର ଦାସ, ଓଡ଼ିଶା ଭେଟେରିନାରୀ କାଉନ୍‌ସିଲର ଡ. ବଳରାମ ମିଶ୍ର, ଭାରତୀୟ ଗୋ-ସମ୍ବର୍ଦ୍ଧନା ଓ ଅନୁସନ୍ଧାନ ସଂସ୍ଥାର ଶ୍ରୀ ପ୍ରଫୁଲ୍ଲ ବିଶୋଇ, ଗୁରୁ ଗୋବିନ୍ଦ ଗୋସେବା ଆଶ୍ରମର ଶ୍ରୀ ଗୋପୀନାଥ କରଙ୍କ ସମେତ ଭୁବନେଶ୍ୱର ମହାନଗର ନିଗମର ପ୍ରତିନିଧି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!