ଓଡ଼ଗାଁ,(ବାଘୁଆବାର୍ତ୍ତା): କୋଭିଡ ଲକଡାଉନ ପ୍ରଭାବରେ ଶରଣକୁଳ ଲଡ଼ୁବାବା ମନ୍ଦିର ଏବଂ ଓଡଗାଁ ଶ୍ରୀ ରଘୁନାଥ ମନ୍ଦିରରେ ଭଗବାନଙ୍କ ନୀତିକାନ୍ତି ସେବା କରୁଥିବା ଅଭାବି ପୂଜକ ସେବାସୀ ସୁଆରମାନେ ଦୈନିକ ରୋଜଗାର ହରାଇଛନ୍ତି । ଅତ୍ୟନ୍ତ ଦୁଃଖର ସହ ପରିବାର ପ୍ରତିପୋଷଣ କରୁଥିବା ପରିବାରକୁ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ୧୦ କିଲା ଚାଉଳ ପ୍ୟାକେଟ ସହ ଆଳୁ ପ୍ୟାକେଟ, ମାସ୍କ,ସାନିଟାଇଜର ବଣ୍ଟନ କରାଯାଇ ଅସହାୟ ଦୁଃଖୀ ଲୋକଙ୍କ ଦୁଃଖରେ ସାମିଲ ହେବାପାଇଁ ଜିଲ୍ଲା କଂଗ୍ରେସ ପ୍ରୟାସ ଆରମ୍ଭ କରିଛି । ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ, ଓଡଗାଁ ବ୍ଲକ କଂଗ୍ରେସ ସଭାପତି ପୂର୍ଣଚନ୍ଦ୍ର ନାୟକ,ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରତୀକ ମହାପାତ୍ର, ଜିଲ୍ଲା କଂଗ୍ରେସ କାର୍ୟ୍ୟକର୍ତା ଆଇନଜୀବି ଚିତ୍ତରଞ୍ଜନ ପ୍ରଧାନ, ଲଷ୍ମଣ ଜେନା, ପ୍ରଫୁଲ୍ଲ ପାଟ୍ଟସାଣି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜ୍ୟୋତିରଞ୍ଜନ ଦାଶ, ଜଗବନ୍ଧୁ ନାୟକ, ସୋମନାଥ ସାହୁ ଏବଂ ଆଇନଜୀବି କର୍ଣ୍ଣେଲ କୁମାର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଆଗକୁ ଏଭଳି ସେବା କାର୍ୟ୍ୟକ୍ରମ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।






