Sunday, July 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୋଦି ସରକାରଙ୍କ ଯୋଜନାରେ ଲାଭ ପାଉଛନ୍ତି ଶିଳ୍ପପତି ଓ କର୍ପୋରେଟ ହାଉସ

by ସଞ୍ଜୟ ସ୍ୱାଇଁ
June 1, 2021
in NATIONAL NEWS
ମୋଦି ସରକାରଙ୍କ ଯୋଜନାରେ ଲାଭ ପାଉଛନ୍ତି ଶିଳ୍ପପତି ଓ କର୍ପୋରେଟ ହାଉସ
99
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ମୋଦି ସରକାରରେ ଗରିବଙ୍କ ଅପେକ୍ଷା ଦେଶର ଶିଳ୍ପପତି ମାନେ ଅଧିକ ଲାଭବାନ ହେଉଛନ୍ତି । ଦେଶବାସୀଙ୍କ ପାଇଁ ମୋଦି ସରକାର କାମ କରୁଥିବା ଦାବି କରାଯାଉଛି। ହେଲେ ବାସ୍ତବରେ ମୋଦି ସରକାରଙ୍କ ବିଭିନ୍ନ କାର୍ୟ୍ୟକ୍ରମ ଦ୍ୱାରା ବଡ଼ବଡ଼ କର୍ପୋରେଟ୍‌ ହାଉସ ଲାଭବାନ ହେଉଥିବା ଦେଶର ୬୪.୪% ଲୋକ ମତ ଦେଇଛନ୍ତି। ଏବିପି-ସି ଭୋଟ ପକ୍ଷରୁ ମୋଦି ସରକାର ୨.୦କୁ ନେଇ କରାଯାଇଥିବା ସର୍ଭେରେ ଏପରି ତଥ୍ୟ ସାମ୍ନାକୁ ଆସିଛି। ସର୍ଭେ ରିପୋର୍ଟରେ କୁହାଯାଇଛି ଯେ କେନ୍ଦ୍ର ସରକାର ଆପଣାଉଥିବା ବିଭିନ୍ନ କାର୍ୟ୍ୟକ୍ରମ ଦ୍ୱାରା କେବଳ ଶିଳ୍ପପତି ଓ କର୍ପୋରେଟ ହାଉସର ବ୍ୟକ୍ତିମାନେ ଆର୍ଥିକ ସ୍ତରରେ ଲାଭବାନ ହେଉଛନ୍ତି। ସହରାଞ୍ଚଳର ୬୧% ଲୋକ ଏଥିରେ ଏକମତ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ଗ୍ରାମାଞ୍ଚଳର ୬୫.୯% ଲୋକ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଦ୍ୱାରା କର୍ପୋରେଟ ହାଉସ ଗୁଡ଼ିକ ଲାଭବାନ ହେଉଥିବା କଥା କହିଛନ୍ତି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ମୋଟ ୧୬.୨% ଲୋକ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଦ୍ୱାରା ଛୋଟଛୋଟ ବ୍ୟବସାୟୀମାନେ ଲାଭାନ୍ୱିତ ହେଉଥିବା ମତଦେଇଛନ୍ତି। ସର୍ଭେରେ ସାମିଲ ହୋଇଥିବା ୭.୪% ଲୋକ କେନ୍ଦ୍ର ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ଦ୍ୱାରା ଦରମାପ୍ରାପ୍ତ କର୍ମଚାରୀମାନେ ଆର୍ଥିକ ସ୍ତରରେ ଲାଭ ପାଉଥିବା କଥା କହିଛନ୍ତି। ସହରାଞ୍ଚଳରେ ଏହି ସଂଖ୍ୟା ୮.୬% ଥିବା ବେଳେ ଗ୍ରାମାଞ୍ଚଳରେ ଏହା ୬.୮% ରହିଛି। ଯାହା ଅତ୍ୟନ୍ତ ନିରାଶାଜନକ। କେବଳ ୧୨% ଲୋକ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଦ୍ୱାରା ଚାଷୀ ଓ ଶ୍ରମିକ ଗୋଷ୍ଠୀର ସଦସ୍ୟମାନେ ଲାଭବାନ ହେଉଥିବା କଥା କହିଛନ୍ତି। ସହରାଞ୍ଚଳରେ ରହୁଥିବା ୧୪.୨% ଲୋକ କେନ୍ଦ୍ର ସରକାରଙ୍କ ଯୋଜନା ଚାଷୀ ଓ ଶ୍ରମିକଙ୍କୁ ଆର୍ଥିକ ସ୍ତରରେ ସୁଦୃଢ଼ କରିଥିବା କଥା କହୁଥିବା ବେଳେ ଗ୍ରାମାଞ୍ଚଳର ୧୧.୧% ଲୋକ ସମାନ କଥା କହିଛନ୍ତି। ଏବିପି-ସି ଭୋଟର ପକ୍ଷରୁ ମେ’ ୨୩ରୁ ୨୭ ଯାଏ ଦେଶର ବିଭିନ୍ନ ପ୍ରାନ୍ତରେ ସର୍ଭେ କରାଯାଇ ମତାମତ ସଂଗ୍ରହ କରାଯାଇଥିଲା। ଏହାପରେ ଏହି ରିପୋର୍ଟକୁ ସାର୍ବଜନୀନ କରାଯାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!