ନୂଆଦିଳ୍ଲୀ (ବାଘୁଆବାର୍ତ୍ତା): ଦେଶରେ କରୋନା ସଙ୍କଟ ଯୋଗୁଁ ସ୍କୁଲ କଲେଜ ବନ୍ଦ ଅଛି। ଲମ୍ବା ସମୟ ଧରି ଘର ଭିତରେ ବନ୍ଦୀ ଥିବା ପିଲାମାନେ ସ୍କୁଲଠାରୁ ଦୂରେଇ ଯାଇଛନ୍ତି। ଏମିତିରେ ତାଙ୍କ ପାଠପଢ଼ାରେ ଯେମିତି ବ୍ରେକ୍ ନଲାଗୁ ଏଥିପାଇଁ ଅନ୍ଲାଇନ୍ କ୍ଲାସର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ପିଲାମାନେ ଏହି ଅନ୍ଲାଇନ୍ କ୍ଲାସ୍ ଯୋଗୁଁ ବିରକ୍ତ ହୋଇଯାଉଥିବା ମଧ୍ୟ ନଜର ଆସିଛି। ଏପରି ଜଣେ ୬ବର୍ଷୀୟା କୁନି ଝିଅର ଏକ ଅଭିଯୋଗ ଭରା ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚା ହେଉଛି। ତେବେ ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ମଧ୍ୟ ଏହି ଭିଡିଓ ମାଧ୍ୟମରେ ଝିଅର ଅଭିଯୋଗ ଶୁଣିଛନ୍ତି। ଜାମ୍ମୁ କାଶ୍ମୀରରେ ରହୁଥିବା ଏହି କୁନି ଝିଅ ଅନଲାଇନ୍ କ୍ଲାସ ଯୋଗୁଁ ଅସନ୍ତୁଷ୍ଟ ଥିବା ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଝିଅଟି ହୋମୱାର୍କ ଏବଂ ସ୍କୁଲରୁ ଲମ୍ବା କ୍ଲାସକୁ ନେି ବିରକ୍ତ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ଏହି ଭିଡିଓକୁ ଜାମ୍ମୁ କାଶ୍ମୀରର ଏଲଜି ମନୋଜ ସିହ୍ନା ଟ୍ୱିଟରରେ କହିଛନ୍ତି, ‘ବହୁତ ହିଁ ମନମୋହକ ଅଭିଯୋଗ। ସ୍କୁଲ ପିଲାମାନଙ୍କ ଉପରେ ହୋମୱାର୍କର ବୋଝ କମ କରିବାକୁ ସ୍କୁଲ ଶିକ୍ଷା ବିଭାଗକୁ ୪୮ ଘଣ୍ଟା ମଧ୍ୟରେ ଏକ ନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।






