Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡିଏଫଓଙ୍କ ମହାନତା, ବଙ୍ଗଳାକୁ କଲେ କୋଭିଡ୍ କେୟାର

by ସଞ୍ଜୟ ସ୍ୱାଇଁ
June 1, 2021
in Nayagarh
ଡିଏଫଓଙ୍କ ମହାନତା, ବଙ୍ଗଳାକୁ କଲେ କୋଭିଡ୍ କେୟାର
1.2k
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚ୍.ଡିଙ୍କ ନିର୍ଦ୍ଦେଶରେ ବନଖଣ୍ଡ ବଙ୍ଗଳାକୁ କୋଭିଡ୍ କେୟାରରେ ପରିଣତ କରାଯାଇଛି । ନୟାଗଡ଼ ସର୍କିଟ ହାଉସ ନିକଟରେ ଥିବା ବଙ୍ଗଳାରେ କରାଯାଇଥିବା ଏହି କୋଭିଡ୍ କେୟାର ସେଣ୍ଟରରେ ୮ଟି ଶର୍ଯ୍ୟାର ବ୍ୟବସ୍ଥା ରହିଛି । ତା ସହିତ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଥିବା ସୂଚନା ମିଳିଛି । ବନକର୍ମଚାରୀଙ୍କ ସମେତ, ବନ ସୁରକ୍ଷା ସମିତ ଏବଂ ସ୍ୱାର୍ଡ଼ଙ୍କ ମଧ୍ୟରୁ କେହି କରୋନା ଆକ୍ରାନ୍ତ ହେଲେ ଏହିଠାରେ ସଙ୍ଗରୋଧରେ ରଖାଯିବା ନେଇ ବ୍ୟବସ୍ଥା କରାଯାଇଥିବା ଅତିରିକ୍ତ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି ସୂଚନା ଦେଇଛନ୍ତି । ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ବନଖଣ୍ଡ ଅଧିକାରୀ ଜିଲ୍ଲା ପ୍ରଶାସନ ମିଶି ସଂକ୍ରମଣ ରୋକିବାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ବ୍ୟବସ୍ଥା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସହଯୋଗ କରି ଆସୁଛନ୍ତି । ବଙ୍ଗଳାକୁ କୋଭିଡ୍ କେୟାରରେ ପରିଣତ କରିବା ତାଙ୍କର ଏକ ସୁଚିନ୍ତିତ ବ୍ୟବସ୍ଥା ବୋଲି ମତ ପ୍ରକାଶ ପାଇଛି । ଯେଉଁମାନେ ଘରେ ରହିବାର ସୁବିଧା ନାହିଁ, ସେମାନଙ୍କୁ ଏହି ସ୍ଥାନରେ ଗୃହ ସଙ୍ଗରୋଧରେ ରଖିବା ନେଇ ବ୍ୟବସ୍ଥା କରାଯାଇଥିବା ବନଖଣ୍ଡ ଅଧିକାରୀ କହିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!