Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିନାଭକ୍ତରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା

by ସଞ୍ଜୟ ସ୍ୱାଇଁ
June 1, 2021
in State
ଜୁନ ୧୫ ଯାଏଁ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର
98
VIEWS
Share on FacebookShare on Twitter

ପୁରୀ,(ବାଘୁଆବାର୍ତ୍ତା): ବିନାଭକ୍ତରେ ହେବ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା। ଆସନ୍ତା ଜୁନ୍‌ ୨୪ ତାରିଖରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ଏହାପରେ ଅଣସର ନୀତି, ନବଯୌବନ ଦର୍ଶନ। ଜୁଲାଇ ୧୨ରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। କୋଭିଡ୍‌ କଟକଣା ଯୋଗୁଁ ବିନା ଭକ୍ତରେ ସ୍ନାନଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଖୁବ୍‌ଶୀଘ୍ର ବୈଠକ ବସି ଏ ସମ୍ପର୍କିତ ଚୂଡ଼ାନ୍ତ ଏସ୍‌ଓପି ଜାରି ହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଗତବର୍ଷ ସ୍ନାନଯାତ୍ରା, ରଥଯାତ୍ରା, ସବୁକିଛି କଟକଣା ଭିତରେ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ବି ବିନା ଭକ୍ତରେ ସ୍ନାନଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି। ସ୍ନାନଯାତ୍ରା ଉପରେ ଜିଲ୍ଲାପାଳ ନୀତି ସମ୍ପୃକ୍ତ ସେବକ ଓ ଅନ୍ୟମାନଙ୍କ ସହ ଅନ୍‌ଲାଇନ୍‌ରେ ବୈଠକ କରିଥିଲେ। ଶୃଙ୍ଖଳିତ ସ୍ନାନଯାତ୍ରା ଉପରେ ବିଚାରବିମର୍ଶ ହୋଇଥିଲା। ଉପସ୍ଥିତ ସେବକ, ଅଧିକାରୀଙ୍କ ମତାମତ ନିଆଯାଇଥିଲା। ବୈଠକ ଉପରେ ଜିଲ୍ଲାପାଳ ଶ୍ରୀ ବର୍ମା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଚଳିତବର୍ଷ ସ୍ନାନଯାତ୍ରା ବିନା ଭକ୍ତରେ କଟକଣା ଭିତରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ତଥାପି ଏହା ଚୂଡ଼ାନ୍ତ ନିଷ୍ପତ୍ତି ନୁହେଁ। ଏ ଉପରେ ଖୁବ୍‌ଶୀଘ୍ର ଆଉ ଏକ ବୈଠକ ବସିବ। ଯେଉଁଥିରେ ସ୍ନାନଯାତ୍ରା ପାଇଁ ଏସ୍‌ଓପି ଚୂଡ଼ାନ୍ତ ହେବ ବୋଲି ଶ୍ରୀ ବର୍ମା କହିଛନ୍ତି। ଅନ୍ୟପଟେ ସ୍ନାନଯାତ୍ରା, ଅଣସର ନୀତି, ନବଯୌବନ ଦର୍ଶନ, ରଥଯାତ୍ରାରେ ଦଇତାପତି ସେବକଙ୍କ ପ୍ରମୁଖ ଭୂମିକା ରହିଛି। କିନ୍ତୁ ବରିଷ୍ଠ ଦଇତାପତି ସେବକଙ୍କ ସହ ଏ ସମ୍ପର୍କରେ ଆଲୋଚନା ହୋଇନଥିବାରୁ ଅନେକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବରିଷ୍ଠ ଦଇତାପତି ସେବକ ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି କି ଜିଲ୍ଲାପାଳ ଆମ ସହିତ ଏ ସମ୍ପର୍କରେ କିଛି ଆଲୋଚନା କରି ନାହାଁନ୍ତି। ଶୃଙ୍ଖଳିତ ସ୍ନାନଯାତ୍ରା ପାଇଁ ଜିଲ୍ଲାପାଳ ଖୁବଶୀଘ୍ର ଦଇତାପତିଙ୍କ ସହ ଏକ ଆଲୋଚନା ବୈଠକ ଡାକିବାକୁ ସେ ମତ ଦେଇଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!