Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋଭିସିଲ୍‌ଡ ନେଲା ପରେ ଆଣ୍ଟିବଡି ନାହିଁ, ସିରମ୍‌ ବିରୋଧରେ ଏତଲା

by ସଞ୍ଜୟ ସ୍ୱାଇଁ
June 1, 2021
in NATIONAL NEWS
କୋଭିସିଲ୍‌ଡ ନେଲା ପରେ ଆଣ୍ଟିବଡି ନାହିଁ, ସିରମ୍‌ ବିରୋଧରେ ଏତଲା
362
VIEWS
Share on FacebookShare on Twitter

ଲକ୍ଷ୍ନୌ,(ବାଘୁଆବାର୍ତ୍ତା): ଦେଶରେ ଜାରି ରହିଥିବା ଟିକାକରଣରେ ସାମିଲ ହୋଇ କୋଭିସିଲ୍‌ଡ ଟିକା ନେଇଥିବା ଲକ୍ଷ୍ନୌ ଆସିଆନା ଅଞ୍ଚଳର ପ୍ରତାପ ଚନ୍ଦ୍ରଙ୍କ ଶରୀରରେ ଆଣ୍ଟିବଡି ବିକଶିତ ନ ହେବାରୁ ସେ ଟିକାନିର୍ମାତା ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ସିଇଓ ଆଦର ପୁନାଵାଲାଙ୍କ ବିରୋଧରେ ଏକ ମାମଲା ଦାଏର କରିଛନ୍ତି। ଏଥି ସହିତ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମସଚିବ ଲବ ଅଗ୍ରଵାଲ, ଆଇସିଏମ୍‌ଆର୍‌ ନିର୍ଦ୍ଦେଶକ ବଳରାମ ଭାର୍ଗବ ଓ ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦ୍ଦେଶକ ଅପର୍ଣ୍ଣା ଉପାଧ୍ୟାୟଙ୍କୁ ମଧ୍ୟ ଏହି ମାମଲାର ପକ୍ଷଭୁକ୍ତ କରିଛନ୍ତି। ସୂଚନାନୁଯାୟୀ, ଆବେଦନକାରୀ ପ୍ରତାପ ଚନ୍ଦ୍ର ଗତ ଏପ୍ରିଲ ୧୮ରେ କୋଭିସିଲ୍‌ଡ ଟିକାର ପ୍ରଥମ ମାତ୍ରା ନେଇଥିଲେ। ଏହାର ୨୮ ଦିନ ପରେ(୪ରୁ ୬ ସପ୍ତାହ ଭିତରେ) ସେ ଦ୍ବିତୀୟ ମାତ୍ରା ନେବା କଥା। ମାତ୍ର ସମୟ ବ୍ୟବଧାନକୁ ୬ ସପ୍ତାହରୁ ୧୨ ସପ୍ତାହକୁ ବୃଦ୍ଧି କରାଯାଇଛି ବୋଲି ସରକାର ଘୋଷଣା କରିଥିବା ତାଙ୍କୁ କୁହାଗଲା। ଅପରପକ୍ଷେ, ପ୍ରଥମ ମାତ୍ରା ନେଲା ପରେ ଜଣକ ଶରୀରରେ ଉତ୍ତମ ସ୍ତରର ଆଣ୍ଟିବଡି ବିକଶିତ ହୋଇଥିବ ବୋଲି ଆଇସିଏମ୍‌ଆର୍‌ ନିର୍ଦ୍ଦେଶକ ଶ୍ରୀ ଭାର୍ଗବ କହିଥିଲେ। ଏକ ସରକାରୀ ଅନୁମୋଦିତ ଲାବୋରାଟରିରେ ପ୍ରତାପ ଚନ୍ଦ୍ର ତାଙ୍କର କୋଭିଡ୍‌ ଆଣ୍ଟିବଡି ଜିଟି ପରୀକ୍ଷା କରିଥିଲେ। ଏଥିରେ ତାଙ୍କ ଶରୀରରେ ଆଦୌ ଆଣ୍ଟିବଡି ବିକଶିତ ହୋଇନଥିବା ଜଣାପଡ଼ିଥିଲା। ଅପରପକ୍ଷେ, ତାଙ୍କ ରକ୍ତରେ ପ୍ଲେଟ୍‌ଲେଟ୍‌ ସ୍ତର ୩ ଲକ୍ଷରୁ ଦେଢ଼ ଲକ୍ଷକୁ ଖସି ଆସିଥିବା ଜଣାପଡ଼ିଥିଲା। ସୁତରାଂ ଟିକା ଗ୍ରହଣ କରି ସେ କରୋନାଭୂତାଣୁ ପ୍ରତି ବେଶୀ ସଂକ୍ରମଣପ୍ରବଣ ହୋଇପଡ଼ିଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଏ ସମ୍ପର୍କରେ ମାମଲା ରୁଜୁ କରିବା ଆଗରୁ ପୁଲିସ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିବା ଜଣାଯାଇଛି। ଅପରପକ୍ଷେ, ମାମଲା ରୁଜୁ ନକଲେ ଅଦାଲତର ଆଶ୍ରୟ ନେବେ ବୋଲି ଆବେଦନକାରୀ ଧମକ ଦେଇଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!