ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ(ସିବିଡିବି)ର ଅଧ୍ୟକ୍ଷ ହେଲେ ଓଡ଼ିଆ ପୁଅ ଜଗନ୍ନାଥ ବିଦ୍ୟାଧର ମହାପାତ୍ର । ମହାପାତ୍ରଙ୍କ ଏହି ନିଯୁକ୍ତି ନେଇ ଅର୍ଥ ମନ୍ତ୍ରଣାଳୟ(ରାଜସ୍ୱ ବିଭାଗ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଓଡ଼ିଆ ପୁଅ ଜଗନ୍ନାଥ ବିଦ୍ୟାଧର ମହାପାତ୍ର ବର୍ତ୍ତମାନ ସିବିଡିବିର ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଆଗାମୀ ୩ମାସ ଯାଏ ନିଜର ପୂର୍ବ ଦାୟୀତ୍ୱ ତୁଲାଇବେ । ଗତ କିଛିଦିନ ତଳେ ୧୯୮୫ ବ୍ୟାଚର ଓଡ଼ିଆ ଭାରତୀୟ ରାଜସ୍ୱ ସେବା(ଆଇଆରଏସ୍) ଅଧିକାରୀ ସିବିଡିବିର ସଦସ୍ୟ ଭାବେ ୨ଅଧିକାରୀଙ୍କ ସହ ନିଯୁକ୍ତି ପାଇଥିଲେ ।






