ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ଭୟାବହ ପରିସ୍ଥିତି ସୃଷ୍ଟି କରିଛି । ଆଜି ଭାପୁର ବ୍ଲକ କେନ୍ଦୁପଲ୍ଲୀ ପଞ୍ଚାୟତ ହନୁମନ୍ତପ୍ରସାଦ ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଉକ୍ତ ଗ୍ରାମରୁ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତହସିଲଦାର ତୃପ୍ତି ମହାନ୍ତି ଆଜି ଅପରାହ୍ନ ୨ଟାରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି ।






