Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହିଳା ରୋଗୀଙ୍କୁ ନକଲି ଡାକ୍ତରଙ୍କ ଦୁର୍ବ୍ୟବହାର, ସିସି ଟଭି ଫୁଟେଜରେ ଧରାପଡିଲେ ନକଲି, ଶେଷରେ ବନ୍ଧା ହେଲେ

by ସଞ୍ଜୟ ସ୍ୱାଇଁ
May 31, 2021
in Crime, State
ମହିଳା ରୋଗୀଙ୍କୁ ନକଲି ଡାକ୍ତରଙ୍କ ଦୁର୍ବ୍ୟବହାର, ସିସି ଟଭି ଫୁଟେଜରେ ଧରାପଡିଲେ ନକଲି, ଶେଷରେ ବନ୍ଧା ହେଲେ
291
VIEWS
Share on FacebookShare on Twitter

ଆଳି (ବାଘୁଆବାର୍ତ୍ତା) ଡାକ୍ତରଖାନାରେ ଜଣେ ମହିଳା ରୋଗୀଙ୍କୁ ଦୁର୍ବ୍ୟବହାର କରି ଗିରଫ ହୋଇଛି ନକଲି ଡାକ୍ତର। ଏହା ପଢ଼ି ଟିକେ ଆଶ୍ଚର୍ୟ୍ୟ ଲାଗୁଥିବ। ପ୍ରଶ୍ନ ଉଠୁଥିବ ଡାକ୍ତରଖାନା ଭିତରକୁ କେମିତି ଗଲେ ନକଲି ଡାକ୍ତର? କିନ୍ତୁ ଏମିତି ଏକ ଘଟଣା ଘଟିଛି କେନ୍ଦ୍ରପଡ଼ା ଜିଲ୍ଲା ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ଗିରଫ ନକଲି ଡାକ୍ତରର ନାଁ ଦୀପକ ମହାନ୍ତି। ତା’ ଘର ବଡ଼ଆମ୍ବିଳା ଗାଁରେ। ପୁଲିସ୍ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗ ଅନୁଯାୟୀ, ଅରଗଳ ଗାଁର ଜଣେ ମହିଳା ଡାଇରିଆରେ ପୀଡ଼ିତ ହୋଇ ଆଳି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗତକାଲି ୧୧ଟା ବେଳେ ଅଭିଯୁକ୍ତ ଦୀପକ ଡାକ୍ତରଖାନାରେ ପହଞ୍ଚିଥିଲା। ସେ ନିଜକୁ ଗୋବିନ୍ଦପୁର ଡାକ୍ତରଖାନାର ଡାକ୍ତର ବୋଲି ପରିଚୟ ଦେଇ ଉକ୍ତ ମହିଳାଙ୍କୁ ତାଙ୍କ ସମସ୍ୟା ବିଷୟରେ ପଚାରିଥିଲା। ଡାଇରିଆ ହୋଇଥିବା ଜାଣିବା ପରେ ସେ ସେଠାରେ ଉପସ୍ଥିତ ଜଣେ ଆଟେଣ୍ଡାଣ୍ଟଙ୍କୁ ବାହାରକୁ ଯିବାକୁ କହିଥିଲା। ତା’ପରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ଆଳରେ ସେ ମହିଳାଙ୍କ ସହ ଦୁର୍ବ୍ୟବହାର କରିଥିଲା। ସେଠାରେ ଉପସ୍ଥିତ ମହିଳାଙ୍କ ସ୍ୱାମୀ ଏହାର ପ୍ରତିବାଦ କରିଥିଲେ। ଏହାପରେ ଦୀପକ ସେଠାରୁ କୌଶଳ କ୍ରମେ ଫେରାର ହୋଇଯାଇଥିଲା। ଘଟଣା ସଂପର୍କରେ ଉକ୍ତ ମହିଳାଙ୍କ ସ୍ୱାମୀ ଆଳି ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ତଦନ୍ତ କରିଥିଲା। ଡାକ୍ତରଖାନାର ସିସିଟିଭି ଯାଞ୍ଚ କରିବା ପରେ ପୁଲିସ୍ ଦୀପକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସ୍ୱାସ୍ଥ୍ୟ କେନ୍ଦ୍ରରେ ସିକ୍ୟୁରିଟି ବ୍ୟବସ୍ଥା ଥିବା ସତ୍ତ୍ୱେ ଜଣେ ମହିଳା ରୋଗୀଙ୍କ ସହିତ ଏମିତି କାଣ୍ଡ କେମିତି ଘଟିଲା, ତାକୁ ନେଇ ପ୍ରଶ୍ନ ଉଠିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!