ମୁମ୍ବାଇ, (ବାଘୁଆବାର୍ତ୍ତା): ରାଜ୍ୟରେ ମହାମାରୀ କରୋନାର ଦ୍ୱତୀୟ ଲହର ହ୍ରାସ ପାଇଥିବା ବେଳେ ଚିନ୍ତା ବଢାଇଲାଣି ତୃତୀୟ ଲହର । ମହାମାରୀ କରୋନାର ତୃତୀୟ ଲହରରେ ଜିଲ୍ଲାରୁ ୮ହଜାର ଶିଶୁ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହାକୁୁ ନେଇ ଜନସାଧାରଣ ଚିନ୍ତାଗ୍ରସ୍ତ ହୋଇଛନ୍ତି । ସୂଚନାନୁସାରେ, ମହାରାଷ୍ଟ୍ରର ଅହମ୍ମଦନଗରରେ ଚଳିତ ମାସରେ ୮ହଜାରରୁ ଉର୍ଦ୍ଧ ଛୋଟ ପିଲା କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । କରୋନାର ତୃତୀୟ ୱେଭ ଛୋଟ ପିଲାଙ୍କୁ ଅଧିକ ଟାର୍ଗେଟ କରିବାର ଆଶଙ୍କା ଥିବା ନେଇ ବିଶେଷଜ୍ଞମାନେ କହିଛନ୍ତି । କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବର୍ତ୍ତମାନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଜ୍ୟର ସଙ୍ଗଲି ସହରରେ ଛୋଟ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ କୋଭିଡ୍-୧୯ ୱାର୍ଡ ପ୍ରସ୍ତୁତ କରାଯାଇଛି । ବର୍ତ୍ତାମନ ଉକ୍ତ ୱାର୍ଡରେ ୫ଜଣ ଛୋଟ ପିଲା ଚିକିତ୍ସିତ ହେଉଥିବା ବେଳେ ଅଧିକ ଆକ୍ରାନ୍ତଙ୍କ ପାଇଁ ସମସ୍ତ ସୁବିଧା କରାଯାଇଛି । କରୋନାର ତୃତୀୟ ଲହରକୁ ନେଇ ସମସ୍ତଙ୍କ ମନରେ ଛନକା ଦେଖାଦେଇଛି ।






