Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସରିଥିଲା ବାହାଘର, ମଥାରେ ଲାଗିଲା ସିନ୍ଦୁର, ଚାଲିଗଲା କନ୍ୟାର ଜୀବନ, ଜାଣନ୍ତୁ ଏହା ପରେ କ’ଣ ହେଲା

by ସଞ୍ଜୟ ସ୍ୱାଇଁ
May 31, 2021
in NATIONAL NEWS
ସରିଥିଲା ବାହାଘର, ମଥାରେ ଲାଗିଲା ସିନ୍ଦୁର, ଚାଲିଗଲା କନ୍ୟାର ଜୀବନ, ଜାଣନ୍ତୁ ଏହା ପରେ କ’ଣ ହେଲା
223
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ସରିଥିଲା ବାହାଘର । ମଥାରେ ଲାଗିସାରିଥିଲା ସିନ୍ଦୁର । ସାତଘେରା ବୁଲିଲା ପୂର୍ବରୁ ଚାଲିଗଲା କନ୍ୟାର ଜୀବନ । ଶେଷରେ ଶାଳୀକୁ ବାହା ହେଲା ବର । ମଥାରେ ସିନ୍ଦୁର ଲାଗିସାରିଥିଲା । ହାତଗଣ୍ଠି ବି ପଡିସାରିଥିଲା । ବରମାଳା ପକାଇ ଦୁହେଁ ଦୁହିଁଙ୍କୁ ନିଜର କରିସାରିଥିଲେ । ସରିବାକୁ ବସିଥିଲା ବାହାଘରର ସବୁ ରୀତିନୀତି । ଅଗ୍ନିକୁ ସାକ୍ଷୀ ରଖି ସାତ ଜନମର ସାଥୀ ହେବା ପୂର୍ବରୁ ବେଦୀ ଉପରେ ଆଖି ବୁଜିଦେଲା କନିଆ । ଉତ୍ତରପ୍ରଦେଶ ଇଟାୱାରୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା । ବେଦୀ ଉପରେ କନିଆର ଜୀବନ ଚାଲିଯିବା ପରେ ଶେଷରେ ଶାଳୀକୁ ବାହାହୋଇଛନ୍ତି ବର । ମେ ୨୫ ତାରିଖ, ସମୟ ପାଖାପାଖି ୮.୩୦ଟା ହେବ । ହସଖୁସିରେ ଫାଟିପଡୁଥିଲା ପୂରା ଅଂଚଳ । ସୁରଭୀଙ୍କ ସହ ଚାଲିଥିଲା ମଞ୍ଜେସଙ୍କ ବିବାହ । ହେଲେ ହଠାତ ମାଡିଆସିଲା ଦୁଃଖର କଳାବାଦଲ । ବଡ ଧୂମଧାମରେ ବାହାଘର ଚାଲିଥିବା ବେଳେ, ସାତ ଫେରା ନେବା ଆଗରୁ ହଠାତ ବେଦୀ ଉପରେ ବେହୋସ ହୋଇଗଲେ ସୁରଭୀ । ଝିଅ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲେ ପରିବାରଲୋକେ । ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ହୃଦଘାତରେ ଚାଲିଯାଇଥିଲା ସୁରଭୀଙ୍କ ଜୀବନ । ଆଉ ଏହି ଖବର ଦୁଇ ପରିବାରଙ୍କୁ ସ୍ତବ୍ଧ କରିଦେଇଥିଲା । ଅଧାରେ ବାହାଘର ଅଟକିଥିବା ବେଳେ, ଖେଳିଯାଇଥିଲା ଶୋକର ଛାୟା । ଆଉ ଏହା ପରେ ଯାହା ଘଟିଥିଲା, ତାହା ଅତ୍ୟନ୍ତ ରୋଚକ ଥିଲା । ଉଭୟ ବର ଘର ଏବଂ କନ୍ୟା ଘରର ସହମତିରେ ଏକ ବଡ ନିଷ୍ପତି ନିଆଯାଇଥିଲା । ଆଉ ପୂରୀ ହୋଇଥିଲା ଅଧାରେ ଅଟକିଯାଇଥିବା ବାହାଘର । ବେଦୀରେ କିନ୍ତୁ ସୁରଭୀ ନଥିଲେ, ମଞ୍ଜେସଙ୍କ ହାତ ଧରିଥିଲେ ସୁରଭୀଙ୍କ ସାନ ଭଉଣୀ । ଦୁଇ ପରିବାର ଲୋକଙ୍କ ସହମତିରେ, ସୁରଭୀଙ୍କ ସାନ ଭଉଣୀଙ୍କୁ ସାତ ଜନମର ସାଥୀ କରିନେଇଛନ୍ତି ମଞ୍ଜେସ । ତେବେ ବାହାଘର ସମୟରେ ସୁରଭୀଙ୍କ ଶବକୁ ସେହି ଘରେ ହିଁ ରଖାଯାଇଥିଲା । ଆଉ ବାହାଘରର ସବୁ ରୀତିନୀତି ଶେଷ ହେବା ପରେ, ସୁରଭୀଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ମାତ୍ର କିଛିଟା ସମୟ ଭିତରେ, ଅନେକ କିଛି କାହାଣୀ ଘଟିଯାଇଥିଲା । ଆଉ ଶେଷରେ ନିଜ ଶାଳୀଙ୍କ ହାତ ଧରିଥିଲେ ବର ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!