Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡିଆ ଝିଅ ଆମେରିକାରେ ବିକୁଛନ୍ତି ସ୍ନାକ୍ସ, ରାଜ୍ୟର କୋଭିଡ ସହାୟତା ପାଇଁ ଦାନ କରିବେ ଅର୍ଥ

by ସଞ୍ଜୟ ସ୍ୱାଇଁ
May 31, 2021
in Business, Health, NATIONAL NEWS, WORLD
ଓଡିଆ ଝିଅ ଆମେରିକାରେ ବିକୁଛନ୍ତି ସ୍ନାକ୍ସ, ରାଜ୍ୟର କୋଭିଡ ସହାୟତା ପାଇଁ ଦାନ କରିବେ ଅର୍ଥ
428
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଆମେରିକାରେ ବାପା ମାଆଙ୍କ ସହ ରହୁଛନ୍ତି, ଓଡିଆ ଝିଅ ଲୌରା । ସେ ଏବେ ଷଷ୍ଠ ଶ୍ରେଣୀରେ ପଢୁଛନ୍ତି । ନିଜ ମାଟିକୁ ସେ ଏବେ ଭୁଲି ନାହାନ୍ତି । ଭାରତ ତଥା ଓଡ଼ିଶାରେ କରୋନା ସ୍ଥିତିକୁ ନେଇ ତାଙ୍କ ମନରେ ଉଦ୍‌ବେଗ । ନିଜ ଉଦ୍ୟମରେ ଓଡ଼ିଶାକୁ ସହାୟତା ଦେବା ପାଇଁ ଘରକୁ ଘର ବୁଲି ବିକୁଛନ୍ତି ସ୍ନାକ୍ସ । ଭାରତୀୟ ବଜାରରେ ମିଳୁଥିବା ସ୍ନାକ୍ସର ସ୍ୱାଦ ଆମେରିକୀୟଙ୍କୁ ଦେବା ସହ ଲକ୍ଷ୍ୟ ରଖିଛନ୍ତି ସଂଗ୍ରହ କରିବେ ୨ ହଜାର ଡଲାର । ଏହାକୁ କୋଭିଡ୍‌ ପରିଚାଳନା ପାଇଁ ଓଡ଼ିଶାକୁ ପଠାଇବେ । ଓଡ଼ିଶାଠାରୁ ୧୩ ହଜାର କିମି ଦୂରରେ ଥାଇ ବି ଜନ୍ମମାଟି ପ୍ରତି ଏକ ଛୋଟ ପ୍ରତିଦାନ ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ୧୨ ବର୍ଷୀୟା ଲୌରା ମହାପାତ୍ର । କାହାଠାରୁ ମାଗିଯାଚି ନୁହେଁ ଆମେରିକାରେ ବିଦେଶୀଙ୍କୁ ଭାରତୀୟ ଖାଦ୍ୟ ଯୋଗାଇ ଏହି ଫଣ୍ଡ୍‌ ସୃଷ୍ଟି କରିଛନ୍ତି ସେ । ଓଡ଼ିଶା ସୋସାଇଟି ଅଫ୍‌ ଆମେରିକା ଜରିଆରେ ସହାୟତା ରାଶି ପଠାଇବା ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି । କଟକ ତେଲେଙ୍ଗାବଜାରର ଡାକ୍ତର ରାମପ୍ରସାଦ ମହାପାତ୍ର ଓ ଡାକ୍ତର ସୁଚିସ୍ମିତା ସ୍ୱାଇଁଙ୍କ ଝିଅ ଲୌରା । ଆମେରିକାରେ ଶ୍ରୀ ମହାପାତ୍ରଙ୍କ ଚାକିରି ଯୋଗୁଁ ସପରିବାର ସେ ମଙ୍କାଟୋ ସହରରେ ରହୁଛନ୍ତି । ଲୌରା ସ୍ଥାନୀୟ ଏକ ସ୍କୁଲ୍‌ରେ ଷ୍ଟାଣ୍ଡାର୍ଡ ୬ରେ ପାଠ ପଢୁଛନ୍ତି । ଛୋଟବେଳୁ ତାଙ୍କ ଭିତରେ ପରୋପକାର ମନୋଭାବ ଦେଖିବାକୁ ପାଇଥିଲେ ଅଭିଭାବକ । ସ୍କୁଲ୍‌ ପଢା ସହ ସେ ନିକଟସ୍ଥ ଏକ ସେବା ଯୋଗାଣକାରୀ ଅନୁଷ୍ଠାନ ସହ ଜଡିତ ହେଲେ । ଗତବର୍ଷ କରୋନା ସମୟରେ ସେ ନିଜର ପିଗି ବ୍ୟାଙ୍କ୍‌ରୁ ନ୍ୟୁୟର୍କରେ କୋଭିଡ୍‌ ପରିଚାଳନା ପାଇଁ ସାହାଯ୍ୟ କରିଥିଲେ । କଟକର ଏହି ଓଡ଼ିଆ ଝିଅଙ୍କ ପଦକ୍ଷେପକୁ ଗତବର୍ଷ ନ୍ୟୁୟର୍କରେ ବହୁତ ପ୍ରଶଂସା ମିଳିଥିଲା । ଆମେରିକାର ଏକ ଟିଭି ଚ୍ୟାନେଲରେ ମଧ୍ୟ ଲୌରାଙ୍କୁ ନେଇ ରିପୋର୍ଟ ପ୍ରଦର୍ଶିତ ହୋଇଥିଲା । ହଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଟିନା ଫେ’ ମଧ୍ୟ ଲୌରାଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ । ଚଳିତବର୍ଷ କରୋନା ଦ୍ୱିତୀୟ ଲହରିରେ ସେ ଓଡ଼ିଶା ପାଇଁ କିଛି ସହଯୋଗ ଦେବାର ଲକ୍ଷ୍ୟ ରଖିଛନ୍ତି । ଓଡ଼ିଶାରେ ରହୁଥିବା ତାଙ୍କର ଅନ୍ୟ ପରିବାର ସଦସ୍ୟ, ବନ୍ଧୁବାନ୍ଧବ କରୋନା ସଂକ୍ରମଣର ଶିକାର ହୋଇଥିବା ବେଳେ ଡା. ରାମପ୍ରସାଦ ମହାପାତ୍ର ଓ ସୁଚିସ୍ମିତା ସ୍ୱାଇଁ ପାରୁପର୍ୟ୍ୟନ୍ତ ସାହାଯ୍ୟ କରୁଛନ୍ତି । ଏ କ୍ଷେତ୍ରରେ ଲୌରା ମଧ୍ୟ ନିଜ ବ୍ୟକ୍ତିଗତ ଉଦ୍ୟମରେ କିଛି ଅନୁଦାନ ଓଡ଼ିଶାରେ କୋଭିଡ୍‌ ପରିଚାଳନା ପାଇଁ ପଠାଇବାକୁ ସ୍ଥିର କରି କିଛି ମାସ ପୂର୍ବରୁ ଏକ ଯୋଜନା କରିଥିଲେ । ପିଗି ବ୍ୟାଙ୍କ୍‌ରେ ସଂଚୟ ରାଶି ନୁହେଁ ବରଂ ନିଜସ୍ୱ କଷ୍ଟ ଉପାର୍ଜିତ କିଛି ଟଙ୍କା ସେ ଓଡ଼ିଶା ପଠାଇବାକୁ ଚାହିଁଥିଲେ । ମା’ଙ୍କ ସହିତ ଆଲୋଚନା କରି ଆମେରିକାରେ ଭାରତୀୟ ଖାଦ୍ୟ (ସ୍ନାକ୍ସ)ର ହୋମ୍‌ ଡେଲିଭରି କରିବା ଆରମ୍ଭ କରିଥିଲେ ଲୌରା । ସିଙ୍ଗଡା, ଡାଲି କଚୁଡି, ଆଳୁ ଭୁଜିଆ, ଗୁଲାବ୍‌ଜାମୁ, ମିଲ୍‌କ୍‌ କେକ୍‌ ଆଦି ଡୋର୍‌ ଟୁ ଡୋର୍‌ ହୋମ୍‌ ଡେଲିଭରି କରି ଗତ କିଛି ମାସରେ ୧୨୫୦ ଡଲାର୍‌ ଯୋଗାଡ କରିବାକୁ ସକ୍ଷମ ହୋଇଛନ୍ତି ସେ । ଏହି ଟଙ୍କାକୁ ସେ “ଓଡ଼ିଶା ସୋସାଇଟି ଅଫ୍‌ ଆମେରିକା ହେଲ୍‌ଥ ଆଣ୍ଡ୍‌ ୱେଲ୍‌ନେସ୍‌ ଗ୍ରୁପ୍‌’ ରେ ଡିପୋଜିଟ୍‌ କରିସାରିଛନ୍ତି । ବାକି ଟଙ୍କା ସଂଗ୍ରହ ପାଇଁ ନିଜ କାମ ଜାରି ରଖିଛନ୍ତି । ଆମେରିକାରେ ରହୁଥିବା ଓଡ଼ିଆ ଡାକ୍ତରଙ୍କ ଏହି ଗ୍ରୁପ୍‌ ଓଡ଼ିଶା କୋଭିଡ ପରିଚାଳନା ପାଇଁ ସହଯୋଗ କରିବାକୁ ଯୋଜନା କରିଛି । ଲୌରାଙ୍କ ଏଭଳି ସେବା ମନୋଭାବ ଅନେକଙ୍କୁ ପ୍ରେରଣା ଯୋଗାଇବ ବୋଲି କୁହାଯାଉଛି । ଇ-ମେଲ୍‌ ଜରିଆରେ ଏନେଇ ନିଜ ମତ ରଖି ଲୌରା କହିଛନ୍ତି, ମୋ କ୍ଷେତ୍ରରେ ଯାହା ସମ୍ଭବ ମୁଁ ଓଡ଼ିଶା ପାଇଁ କରିପାରିଥିବାରୁ ଗର୍ବିତ ଅନୁଭବ କରୁଛି । କେବଳ କରୋନା ପରିଚାଳନା ପାଇଁ ଟଙ୍କା ଏକଜୁଟ୍‌ କରିବା ନୁହେଁ, ବରଂ ଆମେରିକାରେ ଭାରତୀୟ ଖାଦ୍ୟର ପ୍ରଚାର, ପ୍ରସାର କରିବା ସହ ଏହାର ଲୋକପ୍ରିୟତା ବୃଦ୍ଧି ପାଇଁ ମୋର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଲୌରା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!