ଓଡଗାଁ (ବାଘୁଆବାର୍ତ୍ତା): ଓଡଗାଁ ବ୍ଲକରେ କରୋନା ସଂକ୍ରମଣର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ପାଇଁ ଓଡଗାଁ ତହସିଲଦାର ବିଜୟିତା ସାମନ୍ତ ସିଂହାର ୪ଟି ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ସୂଚନାନୁସାରେ ଗୋତିସାହି ଗ୍ରାମ ପଞ୍ଚାୟତର କଲ୍ୟାଣପୁର ଗ୍ରାମର ମଝିସାହି ଓ ଗମ୍ଭାରିଡିହି ଗ୍ରାମର ଉପର ସାହିକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ସେହିପରି ଭାବେ ଗଉଡପୁଟ ଗ୍ରାମ ପଞ୍ଚାୟତର ଟିକରପଲ୍ଲୀ, ନନ୍ଦୀଘୋର ଗ୍ରାମ ପଞ୍ଚାୟତର ଘଷିଦେଇପୁର ସ୍କୁଲ ସାହିକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଆଜି ଦିନ ୨ଟାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଜାରି ରହିଛି ।






