ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ପ୍ରେସ କ୍ଳବର ୧୦୨ ତମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି | ଉକ୍ତ ବୈଠକରେ ଗଣିଆ ପ୍ରେସ କ୍ଳବର ସଭାପତି ଭାବେ ଦେବୀ ପ୍ରସାଦ ଦାଶ, ସମ୍ପାଦକ ବିଶ୍ୱ ରଞ୍ଜନ ସେଠି, ଉପ ସଭାପତି କୈଳାଶ ଚନ୍ଦ୍ର ସାହୁ, ସହ ସମ୍ପାଦକ ସୁରେଶ କୁମାର ସାହୁ, କୋଷାଧକ୍ଷ ସମୀର କୁମାର ବେହେରାଙ୍କୁ ନୂତନ ଭାବେ ଚୟନ କରା ଯାଇଛି | ବ୍ରଜ କିଶୋର ସାହୁ ଏବଂ ପ୍ରଶନ୍ନ କୁମାର ସାହୁ ଏହି କ୍ଳବର ଉପଦେଷ୍ଟା ଭାବେ ମନୋନୀତ ହୋଇଛନ୍ତି | ସଭାପତିଙ୍କ ପରାମର୍ଶ କ୍ରମେ ସମସ୍ତ ସଦସ୍ୟ ପ୍ରତ୍ୟେକ ମୁହୂର୍ତ୍ତ ରେ ସଂଘ ସହିତ ଜଡିତ ରହି କାର୍ଯ୍ୟ କରିବାକୁ ଶପଥ ନେଇଥିଲେ | ମନରେ କୌଣସି ଦ୍ୱନ୍ଦ୍ୱନରଖି ସବୁ ସମୟରେ ନିରପେକ୍ଷ ଏବଂ ନିର୍ଭିକ ଭାବେ ଖବର ପରିବେଷଣ କରିବାକୁ ଉପଦେଷ୍ଟା ସମସ୍ତ ସଦସ୍ୟଙ୍କୁ କହିଥିଲେ | ସାମ୍ବାଦିକତାକୁ ନିଶା ଭାବେ ଗ୍ରହଣ କରିବାକୁ ମଧ୍ୟ ସେ ଉପଦେଶ ଦେଇଥିଲେ |






