Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୁଖ୍ୟ ଶାସନ ସଚିବଙ୍କୁ ଛାଡ଼ି ପାରିବେ ନାହିଁ ପଶ୍ଚିମବଙ୍ଗ ସରକାର

by ସଞ୍ଜୟ ସ୍ୱାଇଁ
May 31, 2021
in NATIONAL NEWS
ମୁଖ୍ୟ ଶାସନ ସଚିବଙ୍କୁ ଛାଡ଼ି ପାରିବେ ନାହିଁ ପଶ୍ଚିମବଙ୍ଗ ସରକାର
309
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ଆଦେଶ ଅନୁଯାୟୀ ନୂଆଦିଲ୍ଲୀସ୍ଥିତ କର୍ମଚାରୀ, ଜନ ଅଭିଯୋଗ ଏବଂ ପେନ୍‌ସନ୍‌ ମନ୍ତ୍ରାଳୟରେ ଉପସ୍ଥିତ ହେବାରେ ବିଫଳ ହୋଇଥିବା କାରଣରୁ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟଙ୍କ ବିରୋଧରେ କେନ୍ଦ୍ର ସରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଜି ବିଶେଷସୂତ୍ରରୁ ଜଣାପଡ଼ିଥିବା ବେଳେ ତାଙ୍କୁ କେନ୍ଦ୍ରକୁ ଛାଡ଼ିବି ନାହିଁ ବୋଲି ଚିଠି ଲେଖି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବାତ୍ୟା ‘ୟାସ୍‌’ ପ୍ରଭାବ ସମୀକ୍ଷା କରିବା ଲାଗି ଗତ ଶୁକ୍ରବାର ଦିନ ପ୍ରଧାମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତକାଳୀନ ବୈଠକରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଧଘଣ୍ଟା ବିଳମ୍ବରେ ପହଞ୍ଚି ୧୫ ମିନିଟ୍‌ ପରେ ଉଠିଚାଲି ଯିବା ପରେ ପରିସ୍ଥିତି ବିବାଦୀୟ ହୋଇଥିଲା। ସେହି ରାତିରେ କେନ୍ଦ୍ର ସରକାର ବନ୍ଦୋପାଧ୍ୟାୟଙ୍କୁ କର୍ମଚାରୀ, ଜନ ଅଭିଯୋଗ ଏବଂ ପେନ୍‌ସନ୍‌ ମନ୍ତ୍ରାଳୟକୁ ବଦଳି କରି ସୋମବାର ପୂର୍ବାହ୍ନ ୧୦ଟା ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ଆଦେଶ ଦେଇଥିଲେ।ତେଣେ, ମୁଁ ମୁଖ୍ୟ ଶାସନ ସଚିବଙ୍କୁ ଛାଡୁନାହିଁ ବୋଲି ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କୁ ପତ୍ର ଲେଖି ଜଣାଇଛନ୍ତି। ସେ ଲେଖିଛନ୍ତି, ବନ୍ଦୋପାଧ୍ୟାୟଙ୍କୁ କର୍ମଚାରୀ, ଜନ ଅଭିଯୋଗ ଏବଂ ପେନ୍‌ସନ୍‌ ମନ୍ତ୍ରାଳୟରେ ଉପସ୍ଥିତ ହେବାକୁ ଦିଆଯାଇଥିବା ଏକତରଫା ଆଦେଶ ଯୋଗୁଁ ମୁଁ ମର୍ମାହତ ଓ ଚକିତ। ୫ ପୃଷ୍ଠା ସମ୍ବଳିତ ପତ୍ରରେ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଲେଖିଛନ୍ତି, ପଶ୍ଚିମବଙ୍ଗ ସରକାରଙ୍କ ସହ ପୂର୍ବରୁ ଆଲୋଚନା ନ କରି, ଅଧିକାରୀଙ୍କୁ କୌଣସି ବିକଳ୍ପ ଦିଆ ନ ଯାଇ, ୧୯୫୪ ଭାରତ ପ୍ରଶାସନିକ ସେବା ନିୟମର ସର୍ତ୍ତାବଳି ଓ ଅନ୍ୟାନ୍ୟ ଆଇନ ତର୍ଜମା ନ କରି ଏକତରଫା ଆଦେଶ ଦିଆଯାଇଛି। ଏହି ଏକତରଫା ଆଦେଶ ଅଯୌକ୍ତିକ, ଐତିହାସିକଭାବେ ଅଭୂତପୂର୍ବ ଏବଂ ସମ୍ପୂର୍ଣ୍ଣ ଅଣସାମ୍ବିଧାନିକ। ସେ ଆହୁରି ମଧ୍ୟ ଲେଖିଛନ୍ତି, ନିୟମ ଅନୁସାରେ ବିଚାର ଆଲୋଚନା କରିବା ପରେ ବୁଝାମଣାକୁ ଭିତ୍ତିକରି ତାଙ୍କ ନିଯୁକ୍ତିକୁ ପରିବର୍ଦ୍ଧିତ କରାଯାଇଥିଲା ଏବଂ ତାହା ଏବେ ମଧ୍ୟ କାଏମ ଥିବାରୁ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପଶ୍ଚିମବଙ୍ଗ ସରକାର ତାଙ୍କର ମୁଖ୍ୟ ଶାସନ ସଚିବଙ୍କୁ ଛାଡ଼ି ପାରିବ ନାହିଁ, କି, ଛାଡୁନାହିଁ। ସୂଚନାଯୋଗ୍ୟ, ସୋମବାର ଦିନ ବନ୍ଦୋପାଧ୍ୟାୟ ଅବସର ଗ୍ରହଣ କରିଥାଆନ୍ତେ। କିନ୍ତୁ, ୧୯୮୭ ବ୍ୟାଚ୍‌ର ଏହି ପଶ୍ଚିମବଙ୍ଗ କ୍ୟାଡର୍‌ର ଆଇଏଏସ୍‌ ଅଫିସର୍‌ଙ୍କର ଗତବର୍ଷ ବାତ୍ୟା ‘ଅମ୍ଫନ୍‌’ ଏବଂ ସାମ୍ପ୍ରତିକ ମହାମାରୀ ପରିଚାଳନା ଅଭିଜ୍ଞତା ଥିବାରୁ ତାଙ୍କୁ ଆଉ ତିନି ମାସ ଚାକିରିରେ ରଖାଯାଉ ବୋଲି ମୁଖ୍ୟମନ୍ତ୍ରୀ ବାନାର୍ଜୀ କେନ୍ଦ୍ରକୁ ଅନୁରୋଧ କରିଥିଲେ। କେନ୍ଦ୍ର ମଧ୍ୟ ତାଙ୍କ ଅନୁରୋଧ ରକ୍ଷା କରି ଅନୁମତି ପ୍ରଦାନ କରିଥିଲେ।

ଏହାଛଡ଼ା, ବନ୍ଦୋପାଧ୍ୟାୟ କେବ ମଧ୍ୟ କେନ୍ଦ୍ର ସରକାରରେ ଚାକିରି କରି ନାହାନ୍ତି କିଂବା ସରକାରଙ୍କର ବରିଷ୍ଠ ପଦବୀ ନିମନ୍ତେ ତାଲିକାଭୁକ୍ତ ହୋଇ ନାହାନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!