ଓଡ଼ଗାଁ,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ଶନିବାର ଏନଏସି କର୍ତ୍ତୁପକ୍ଷ ବିଭିନ୍ନ ଅମାନିଆଙ୍କୁ ସାବାଡ଼ କରିଛନ୍ତି । ଶନିବାର ସଟଡାଉନ ଥିବା ସମୟରେ ସ୍ଥାନୀୟ ପୁଲିସ ସହାୟତାରେ ଚଢ଼ାଉ କରାଯାଇ ଅମାନିଆ ବ୍ୟବସାୟୀଙ୍କଠାରୁ ୧୪ ହଜାର ୫ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି । ଏଥିସହିତ ଏକ ଦୋକାନକୁ ସିଲ କରି ଦିଆଯାଇଛି । ଏନଏସି ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର ଏବଂ ଏସଆଇ ବିରଜା ଲକ୍ଷ୍ମୀ ଦେଇ ଚଢ଼ାଉ କରିଥିବା ଜଣାଯାଇଛି ।






