ମୁମ୍ବାଇ, (ବାଘୁଆବାର୍ତ୍ତା): ବିଧାନସଭା ସଚିବାଳୟରେ ବମ୍ ରହିଥିବାର ନେଇ ସୂଚନା ମିଳିଛି । ବମ୍ ଥିବା ଖବର ପ୍ରସାରିତ ହେବା ପରେ କଣ୍ଟ୍ରୋଲ ରୁମରୁ ଜାଣିବା ପରେ ମୁମ୍ବାଇ ପୁଲିସ ଓ ବୋମା ନିସ୍କାସନକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି । ସଚିବାଳୟରେ ବମ୍ ଥିବାର ସୂଚନା ପରେ ମୁମ୍ବାଇ ପୁଲିସ୍ ସଚିବାଳୟ ପରିସରକୁ କଡାକଡି ରେିଦେଇଛନ୍ତି । ଏହି ଘଟଣା ମିଥ୍ୟା ହୋଇଥାଇ ପାରେ ବୋଲି ମୁମ୍ବାଇ ପୁଲିସ ସନ୍ଦେହ କରିଛି ବୋଲି ସୂଚନା ମିଳିଛି ।






