Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଭିନେତ୍ରୀ ୟୁଭିକା ଚୌଧୁରୀଙ୍କ ବଢ଼ିଲା ଅଡୁଆ , ଜାମିନ ବିହୀନ ଏଫ୍‌ଆଇଆର୍

by ସଞ୍ଜୟ ସ୍ୱାଇଁ
May 30, 2021
in NATIONAL NEWS
ଅଭିନେତ୍ରୀ ୟୁଭିକା ଚୌଧୁରୀଙ୍କ ବଢ଼ିଲା ଅଡୁଆ , ଜାମିନ ବିହୀନ ଏଫ୍‌ଆଇଆର୍
210
VIEWS
Share on FacebookShare on Twitter

ମୁମ୍ବାଇ (ବାଘୁଆବାର୍ତ୍ତା): ଅଭିନେତ୍ରୀ ୟୁଭିକା ଚୌଧୁରୀଙ୍କ ବଢ଼ିଲା ଟେନସନ । ବିଗ୍‌ବସ୍ ଫେମ ତଥା ଲୋକପ୍ରିୟ ଅଭିନେତ୍ରୀ ୟୁଭିକା ଚୌଧୁରୀଙ୍କ ବଢ଼ିଲା ଅଡୁଆ। ତାଙ୍କ ନାଁରେ ରୁଜୁ ହେଲା ଜାମିନ ବିହୀନ ଏଫ୍‌ଆଇଆର୍। ଜାତିସୂଚକ ଅପଶବ୍ଦ ବ୍ୟବହାର କରିବା ଅଭିଯୋଗରେ ତାଙ୍କ ନାଁରେ ଏହି ମାମଲା ରୁଜୁ ହୋଇଛି। କିଛି ଦିନ ତଳେ ୟୁଭିକାଙ୍କ ଏକ ଭିଡିଓ ବ୍ଲଗ ଭାଇରାଲ ହୋଇଥିଲା। ଏଥିରେ ସେ ଦଳିତ ସମ୍ପ୍ରଦାୟଙ୍କ ପାଇଁ ଏକ ଜାତିସୂଚକ ଶବ୍ଦ ବ୍ୟବହାର କରିଥିଲେ। ଏହି କାରଣ ଯୋଗୁଁ ୟୁଭିକାଙ୍କ ବିରୋଧରେ ହରିଆଣାରେ ଏସ୍‌ସି/ଏସ୍‌ଟି ଆକ୍ଟ ଜରିଆରେ ଏଫ୍‌ଆଇଆର୍ ରୁଜୁ ହୋଇଛି। ୟୁଭିକାଙ୍କ ଭାଇରାଲ ଭିଡିଓରେ ତାଙ୍କ ସ୍ୱାମୀ ପ୍ରିନ୍ସ ନରୁଲା ମଧ୍ୟ ନଜର ଆସିଥିଲେ। ପ୍ରିନ୍ସ ନିଜ ଚୁଟି କାଟୁଥିବା ବେଳେ ୟୁଭିକା ତାଙ୍କ ଭିଡିଓ ତିଆରି କରୁଥିଲେ। ଏହି ସମୟରେ ୟୁଭିକା କହିଥିଲେ, ‘ଯେତେବେଳେ ବି ମୁଁ ବ୍ଲଗ ତିଆରି କରେ ସେତେବେଳେ ସର୍ବଦା ଭଙ୍ଗିଙ୍କ ଭଳି ଠିଆ ହୁଏ। ମୋତେ ନିଜକୁ ଠିକ୍ ସେ ଦେଖିବା ପାଇଁ ମଧ୍ୟ ସମୟ ମିଳେ ନାହିଁ।’ ୟୁଭିକାଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଜୋରସୋର୍‌ରେ ଭାଇରାଲ ହୋଇଥିଲା। ତାଙ୍କର ଏଭଳି ଶବ୍ଦ ବ୍ୟବହାରକୁ ନେଇ ଲୋକେ ସମାଲୋଚନା କରିଥିଲେ। ଏପରିକି ଟୁଇଟରରେ ହ୍ୟାସଟାଗ ଆରେଷ୍ଟ ୟୁଭିକା ଚୌଧୁରୀ ଟ୍ରେଣ୍ଡ ହୋଇଥିଲା।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!