ଭୁବନେଶ୍ୱର (ବାଘୁଆବାର୍ତ୍ତା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲା ଜାତିସଂଘ । ବିପର୍ୟ୍ୟୟ ପରିଚାଳନାରେ ଓଡିଶାର କାର୍ୟ୍ୟକୁ ପ୍ରଶଂସା କଲେ ଜାତିସଂଘ । ଏହାସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ୟ୍ୟକୁ ମଧ୍ୟ ପ୍ରଶଂସା କରିଛି ଜାତିସଂଘ । ସାରା ବିଶ୍ୱ ପାଇଁ ଓଡିଶା ଏକ ରୋଲ ମଡେଲ୍ ବୋଲି ମଧ୍ୟ କହିଛନ୍ତି ଜାତିସଂଘ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଉଥିବା ସମୟରେ ଜାତିସଙ୍ଘର ଜଣେ ଅଧିକାରୀ ନବୀନଙ୍କୁ ପ୍ରଶଂସା କରିଛନ୍ତି। ଜାତିସଙ୍ଘର (ୟୁଏନଡିଆରଆର) ମୁଖ୍ୟ ମାମି ମିଜୁଟୋରୀ ନବୀନଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ବାତ୍ୟା ମୁକାବିଲା ପାଇଁ ନବୀନ ଦୃଢ ରାଜନୈତିକ ଇଚ୍ଛାଶକ୍ତି ପ୍ରକଟ କରିଛନ୍ତି। ବିପର୍ୟ୍ୟୟ ପରିଚାଳନାରେ ଓଡ଼ିଶା ରୋଲ ମଡେଲ। ୧୯୯୯ ମସିହାରେ ହୋଇଥିବା ମହାବାତ୍ୟାରେ ଓଡ଼ିଶାରେ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏଭଳି ଘଟଣା ଓଡ଼ିଶାରେ ଆଉ ପୁନରାବୃତ୍ତି ହୋଇନାହିଁ। ତେବେ ଜାତିସଙ୍ଘ ଏହା ପୂର୍ବରୁ ମଧ୍ୟ ଓଡ଼ିଶାକୁ ପ୍ରଶଂସା କରି ସାରିଛି। ୨୦୧୩ରେ ହୋଇଥିବା ଫାଇଲିନ ବାତ୍ୟା ସମୟରେ ଓଡ଼ିଶାର ବିପର୍ୟ୍ୟୟ ପରିଚାଳନାକୁ ମଧ୍ୟ ଜାତିସଙ୍ଘ ପ୍ରଶଂସା କରିଥିଲା।






