Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନାରେ ଅନାଥ ଶିଶୁଙ୍କୁ ମାଗଣା ଶିକ୍ଷା, ୧୦ ଲକ୍ଷ ଟଙ୍କା ସହ ମିଳିବ ଏହି ସବୁ ସୁବିଧା

by ସଞ୍ଜୟ ସ୍ୱାଇଁ
May 29, 2021
in NATIONAL NEWS, Planning and Development
କରୋନାରେ ଅନାଥ ଶିଶୁଙ୍କୁ ମାଗଣା ଶିକ୍ଷା, ୧୦ ଲକ୍ଷ ଟଙ୍କା ସହ ମିଳିବ ଏହି ସବୁ ସୁବିଧା
236
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): କରୋନା ମହାମାରୀ ଯୋଗୁଁ ଅନାଥ ହୋଇଥିବା ପିଲାମାନଙ୍କ ସହାୟତା ପାଇଁ ଆଗକୁ ଆସିଲେ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନାଥ ପିଲାଙ୍କ ପାଇଁ ପିଏମ କେୟାର୍ସ ଫଣ୍ଡରୁ ଅନେକ ଯୋଜନା ଘୋଷଣା କରିଛନ୍ତି। କରୋନାରେ ନିଜର ପିତା-ମାତାଙ୍କୁ ହରାଇଥିବା ଶିଶୁଙ୍କୁ ଶିକ୍ଷାଠାରୁ ସ୍ବାସ୍ଥ୍ୟ ପର୍ୟ୍ୟନ୍ତ ସବୁ କ୍ଷେତ୍ରରେ ମୋଦୀ ସରକାର ସହାୟତା କରିବେ। ବାପା ମାଙ୍କୁ ହରାଇଥିବା ଅନାଥ ଛୁଆଙ୍କ ପାଇଁ ‘ପିଏମ କେୟାର୍ସ ଫର ଚିଲ୍‌ଡ୍ରେନ୍‌’ ମାଧ୍ୟମରେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ସେମାନଙ୍କୁ ମାଗଣା ଶିକ୍ଷା ମିଳିବା ସହ ଏବଂ ସେମାନଙ୍କର ସ୍ୱାସ୍ଥ୍ୟ ବୀମା କରାଯିବ। ପିଏମଓ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଅନାଥ ହୋଇଥିବା ପିଲାଙ୍କୁ ୧୮ ବର୍ଷ ହେବା ପରେ ମାସିକ ଭତ୍ତା ମିଳିବ। ଏହା ସହ ୨୩ ବର୍ଷ ହେବା ପରେ ପିଏମ କେୟାର୍ସ ଫଣ୍ଡରୁ ୧୦ ଲକ୍ଷ ଟଙ୍କା ଦେବେ ସରକାର । ସେମାନଙ୍କୁ ମାଗଣାରେ ଶିକ୍ଷା ଦିଆଯିବ। ମା ବାପାଙ୍କୁ ହରାଇଥିବା ପିଲାଙ୍କୁ ୧୮ ବର୍ଷ ହେବା ପର୍ୟ୍ୟନ୍ତ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ବୀମା ଦେବେ ସରକାର। ଏହି ସବୁ ପିଲାଙ୍କୁ ଭଲ ଶିକ୍ଷା ଦେବାକୁ ଶିକ୍ଷା ଲୋନ୍‌ ସହଜରେ ମିଳିପାରିବ। ସୁଧ ପିଏମ କେୟାର୍ସ ଫଣ୍ଡରୁ ଦିଆଯିବ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ପିଲା ଭାରତର ଭବିଷ୍ୟତ ଏବଂ ସେମାନଙ୍କ ସୁରକ୍ଷା ଓ ସହାୟତା ପାଇଁ ସବୁକିଛି କରିବୁ। ସମାଜିକ ଦୃଷ୍ଟିକୋଣରୁ ଏହା ଆମର କର୍ତ୍ତବ୍ୟ। ଆମ ପିଲାମାନଙ୍କର ଦେଖାଶୁଣା କରିବା ଏବଂ ଉଜ୍ୱଳ ଭବିଷ୍ୟତ କାମନା କରିବା ଦରକାର। ଅନ୍ୟପଟେ କରୋନା ଯୋଗୁ ଅନାଥ ହୋଇଥିବା ପିଲାଙ୍କୁ ବିଶେଷ ଧ୍ୟାନ ଦେବାକୁ ରାଜ୍ୟଗୁଡ଼ିକୁ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦେଶ ଦେଇଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!