ଘର ବୋଲି ଖଣ୍ଡେ
ଭଙ୍ଗା ଚାଳିଆ,
ପଡ଼ିଛି ଦି’ଖଣ୍ଡ
ଟହୁ ଥାଳିଆ ,,
ଘର ଓଳି ତଳେ
ବହେ ନାଳିଆ,
ଘର କୋଣେ କୁଢ଼
କୁଢ଼ ଅଳିଆ,,
ନଈ ପଠା ଜମି
ତଳ ତଳିଆ,
ଉଜୁଡା କ୍ଷେତ କୁ
ପାଣି ଗୋଳିଆ,,
ପର ଦୁଆର ରେ
ଲାଗି ହଳିଆ,
ପୁରେ ନାହିଁ ପେଟ
ଆରେ କାଳିଆ,,
କରିଥିଲି ତୋତେ
ଗଳା ମାଳିଆ,
ବନ୍ଧୁ ବୋଲି ଭାବି
ନୀଳା ଚଳିଆ,,
ଅମାନିଆ ଆଖି
ଲୁହ ଗଳିଆ,
କହିଲେ କହିବୁ ?
ଏଡେ କଳିଆ,,
ସୁରେଶ କୁମାର ପରିଡା, ସାଲୁଣି, ନୟାଗଡ଼






