ରାଜକନିକା, (ବାଘୁଆବାର୍ତ୍ତା): ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ୭ଫୁଟ ତଳକୁ ଦବିଗଲା କୁଅ । କୂଅରୁ ପାଣି କାଢୁଥିବା ବେଳେ ଘଟିଥିଲା ଅଘଟଣ । ଅଘଟଣ ବେଳେ ଦୁଇ ଭାଇ କୂଅ ଭିତରକୁ ଖସି ପଡିଥିଲେ । ଏଭଳି ଘଟଣା ଘଟିଛି ଚରପଡ଼ା ପଞ୍ଚାୟତ ଅଞ୍ଚଳରେ । ସୂଚନାନୁସାରେ, ରାଜକନିକା ବ୍ଲକ୍ ଅନ୍ତର୍ଗତ ଚରପଡା ପଞ୍ଚାୟତ ଅଧିନରେ ଥିବା କଣ୍ଡିଆ ହାଟରେ ଥିବା ଦିବ୍ୟରଂଜନ ନାୟକ ନାମକ ଜଣେ ଯୁବକଙ୍କ ବାରିପଟେ ଏକ କୂଅ ଥିଲା । କୂଅରୁ ପାଣି ବାହାରି କରୁଥିବା ବେଳେ ହଠାତ୍ କୂଅଟି ୭ଫୁଟ ତଳକୁ ଦବିଯାଇଥିଲା । କୂଅଟି ଦବି ଯିବା ଫଳରେ ଜଳସ୍ତର ୩ଫୁଟ ଉପରକୁ ଉଠିଯାଇଥିଲା । ଉକ୍ତ ସମୟରେ ପାଣି ନେଉଥିବା ଦିବ୍ୟରଂଜନ ଓ ଜ୍ୟୋତି ରଂଜନ କୂଅ ଭିତରକୁ ଗଳି ପଡିଥିଲେ । ଉକ୍ତ ମସୟରେ ପଡିଶାଘର ଲୋକ ଦେଖି ଉଭୟ ଭାଇଙ୍କୁ ବଡ଼ ବିପଦୁ ଉଦ୍ଧାର କରିଥିଲେ । ସାମୁଦ୍ରିକ ବାତ୍ୟା ଯୋଗୁଁ ଏହି ଘଟଣା ଘଟିଛି ବୋଲି ଚର୍ଚ୍ଚା ହେଉଛି ।






