Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖୋଲିବ ଚିନର ଗୁମର, ଉହାନ ଲ୍ୟାବରୁ ଭାଇରସ ପ୍ରସ୍ତୁତି, ମିଳିଲା ଫିଙ୍ଗର ପ୍ରିଣ୍ଟ

by ସଞ୍ଜୟ ସ୍ୱାଇଁ
May 29, 2021
in NATIONAL NEWS
ଖୋଲିବ ଚିନର ଗୁମର, ଉହାନ ଲ୍ୟାବରୁ ଭାଇରସ ପ୍ରସ୍ତୁତି, ମିଳିଲା ଫିଙ୍ଗର ପ୍ରିଣ୍ଟ
440
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ସାରା ବିଶ୍ୱ ଆଜି କରୋନା କାଳରେ କବଳିତ । ଏହାର ଉତ୍ପତିକୁ ନେଇ ଚାଲିଛି ତନାଘନା । ଏହାମଧ୍ୟରେ କରୋନା ଭାଇରସ୍‌ର ଉତ୍ପତ୍ତିକୁ ନେଇ ସନ୍ଦେହ ଘେରକୁ ଆସିଥିବା ଚୀନ୍‌ର ସତ ଖୁବ୍‌ ଶୀଘ୍ର ସାମନାକୁ ଆସିବାକୁ ଯାଉଛି । କରୋନାର ଉତ୍ପତ୍ତିର ନୂଆ ତାଜା ଯାଞ୍ଚକୁ ନେଇ ଆମେରିକା-ବ୍ରିଟେନ୍‌ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଉପରେ ଚାପ ପକାଉଛନ୍ତି । ଯାହା ଚୀନ୍‌ର ଗୁମରର ପର୍ଦାଫାସ୍‌ କରିବାକୁ ଯାଉଛି । ଏକ ନୂଆ ଅଧ୍ୟୟନରେ ଦାବି କରାଯାଉଛି କି କରୋନା ପ୍ରାକୃତିକ ରୂପେ ସୃଷ୍ଟି ହୋଇନାହିଁ , ଏହାକୁ ଉହାନ ଲ୍ୟାବ୍‌ରୁ ହିଁ ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଡେଲି ମେଲ୍‌ର ଖବର ମୁତାବକ, ଏକ ନୂଆ ଷ୍ଟଡିରେ ଏହି ଦାବି କରାଯାଇଛି କି, ଚୀନ୍‌ ବୈଜ୍ଞାନିକମାନେ ଉହାନ ଲ୍ୟାବ୍‌ରେ ହିଁ କୋଭିଡ୍‌-୧୯କୁ ପ୍ରସ୍ତୁତ କରିଛନ୍ତି ଏବଂ ପୁଣି ଏହାପରେ ଏହି ଭାଇରସ୍‌କୁ ରିଭର୍ସ-ଇଂଜିନିୟରିଂ ଭର୍ସନରେ ଏହାକୁ କଭର କରିବାକୁ ଚେଷ୍ଟା କରିଛନ୍ତି , ଏଥିରୁ ଏହା ଲାଗୁଛି କି କରୋନା ଭାଇରସ୍‌ ବାଦୁଡ଼ି ଠାରୁ ପ୍ରାକୃତିକ ରୂପେ ବିକଶିତ ହୋଇଛି । କିଏ ଏହି ଦାବି କରୁଛନ୍ତି ଜାଣନ୍ତୁ ଟ୍ଟ. ବ୍ରିଟିଶ୍ ପ୍ରଫେସର ଏଙ୍ଗସ୍‌ ଡଲଗଲିସ୍‌ ଓ ନରୱେର ବୈଜ୍ଞାନିକ ଡା ବିର୍ଗର ସୋରେନସେନ ଏକାଠି ମିଶି ଏହି ଅଧ୍ୟୟନ କରିଛନ୍ତି । ଉଭୟ ଏହି ଷ୍ଟଡିରେ କହିଛନ୍ତି କି ତାଙ୍କ ପାଖରେ ଏକ ବର୍ଷରୁ ଅଧିକ ସମୟ ହେବ ଚୀନରେ କରୋନା ଭାଇରସ୍‌ ଉପରେ ରେଟ୍ରୋ-ଇଂଜିନିୟରିଂର ପ୍ରମାଣ ଅଛି। ହେଲେ ତାଙ୍କର ଏହି ଷ୍ଟଡିକୁ ଅନେକ ଏକାଡେମିକ ଓ ପ୍ରମୁଖ ଜର୍ନଲ ଅଣଦେଖା କରିଦେଇଛନ୍ତି । ପ୍ରଫେସର ଡଲ୍‌ଗଲିସ୍‌ ଲଣ୍ଡନରେ ସେଣ୍ଟ ଜର୍ଜ ୟୁନିଭର୍ସିଟିରେ କ୍ୟାନସର ବିଜ୍ଞାନର ପ୍ରଫେସର ଅଛନ୍ତି ଏବଂ ତାଙ୍କୁ ଏଚ୍‌ଆଇଭି ଭାକ୍‌ସିନ୍‌ ତିଆରି କରିବାରେ ସମସ୍ତେ ଜାଣନ୍ତି । ନରୱେର ବୈଜ୍ଞାନିକ ଡା. ସୋରେନସେନନ ଜଣେ ମହାମାରୀ ବିଶେଷଜ୍ଞ ଏବଂ ଇମ୍ୟୁନର କମ୍ପାନୀର ଅଧ୍ୟକ୍ଷ, ଯିଏ କରୋନା ଭାକ୍‌ସିନ୍‌ ପ୍ରସ୍ତୁତ କରୁଛନ୍ତି ,ଏହାର ନାମ ବାୟୋଭେକ୍‌-୧୯ । ଉକ୍ତ କମ୍ପାନୀରେ ତାଙ୍କର ସେୟାର ବି ରହିଛି । ଏହି ଷ୍ଟଡିରେ ଚୀନ୍‌ ଉପରେ ସମ୍ୱେଦନଶୀଳ ଓ ଆଶ୍ଚର୍ୟ୍ୟ କରିବା ଭଳି ଅଭିଯୋଗ ହୋଇଛି । ଦାବି କରାଯାଇଛି କି ଚୀନ୍‌ର ଉହାନ ଲ୍ୟାବ୍‌ରେ ଜାଣିଶୁଣି ପ୍ରୟୋଗ ସହ ଜଡ଼ିତ ଡାଟାକୁ ନଷ୍ଟ କରାଯାଇଛି , ଲୁଚା ଯାଇଛି । ଆଉ ମଧ୍ୟ କୁହାଯାଇଛି , ଯେଉଁ ବୈଜ୍ଞାନିକମାନେ ଏହାକୁ ନେଇ ନିଜର ସ୍ୱର ଉଠାଇଛନ୍ତି , ତାଙ୍କୁ କମ୍ୟୁନିଷ୍ଟ ଦେଶ ଚୀନ୍‌ ଚୁପ୍‌ କରାଇ ଦେଇଛି ବା କେଉଁଠି ଲୁଚାଇ ଦେଇଛି । କୁହାଯାଉଛି ଆସନ୍ତା ଦିନରେ ଏହି ଅଧ୍ୟୟନକୁ ନିଶ୍ଚୟ ପ୍ରକାଶିତ କରାଯିବ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!