Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା ଦାଉରେ ୧୦୦ ଟପିଲା ପେଟ୍ରୋଲ ଦର

by ସଞ୍ଜୟ ସ୍ୱାଇଁ
May 29, 2021
in Business, NATIONAL NEWS
କରୋନା ଦାଉରେ ୧୦୦ ଟପିଲା ପେଟ୍ରୋଲ ଦର
259
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ଗୋଟିଏ ପଟେ କରୋନା ଦାଉରେ ଲୋକମାନେ ଛଟପଟ ହେଉଥିବାବେଳେ ଅନ୍ୟ ପଟେ ମହଙ୍ଗାର ତାଉ ହନ୍ତସନ୍ତ କରୁଛି । ହନ୍ତସନ୍ତ ଜନତା। ସରକାର ଅଚିନ୍ତା। ଧୀରେ ଧୀରେ ବଢ଼ୁଥିବା ପେଟ୍ରୋଲ ଦର ସାଧାରଣ ଜନତାଙ୍କର ନିଦ ହଜାଇ ଦେଲାଣି। କେତେକ ସହରରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ପାର କରିଥିବା ବେଳେ ଆଉ କେତେକ ସହରରେ ୯୫, ୯୭ରେ ରହିଛି। ତେବେ ମୁମ୍ବାଇରେ ଆଜି ସେଞ୍ଚୁରୀ ମାରିଛି ପେଟ୍ରୋଲ। ସେହିପରି ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ପେଟ୍ରୋଲ ୧୦୦ ପାର୍ କରିଛି। ତୈଳ କମ୍ପାନୀଗୁଡ଼ିକ ତେଲେ ଦର ବୃଦ୍ଧି କରିବା ପରେ ଶନିବାର ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ପେଟ୍ରୋଲ ଦର ଲିଟର ୧୦୫.୧୫ ହୋଇଥିବା ବେଳେ ମୁମ୍ବାଇରେ ପେଟ୍ରୋଲ ଲିଟର ପ୍ରତି ୧୦୦.୧୯ ଟଙ୍କା ହୋଇଛି। ସେହିପରି ମାୟାନଗରୀରେ ଡିଜେଲ୍‌ ରେଟ୍‌ ୯୨.୧୭ ରହିଥିବା ବେଳେ ଶ୍ରୀ ଗଙ୍ଗାନଗରରେ ୯୭.୯୯ ହୋଇଛି। ତେବେ ପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଏବଂ ମହାରାଷ୍ଟ୍ରର କେତେକ ସହରରେ ତେଲ ଦର ୧୦୦ ଟଙ୍କା ପାର୍ କରି ସାରିଥିବା ବେଳେ ଆଜି ମୁମ୍ବାଇରେ ୧୦୦ ପାର୍ କରିଛି ମୂଲ୍ୟ । ସେହିପରି ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୯୩.୯୪, ଏବଂ ଡିଜେଲ୍ ୮୪,୮୯ ରହିଥିବା ବଳେ କୋଲ୍‌କାତାରେ ପେଟ୍ରୋଲ ୯୩.୯୭, ଡିଜେଲ ୮୬.୭୪, ଚେନ୍ନାଇ ତାମିଲନାଡୁରେ ପେଟ୍ରୋଲ ୯୫.୫୧, ଡିଜେଲ ୮୯.୬୫ ଟଙ୍କା ରହିଛି। ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୪.୬୬ ଟଙ୍କା ରହିଛି। ସୂଚନା ଥାଉକି ମେ ୪ ତାରିଖ ଠାରୁ ଏପର୍ୟ୍ୟନ୍ତ ୧୫ ଥର ତେଲ ଦର ବଢ଼ିଲାଣି। କରୋନାରେ ସାରା ଦେଶ ଘାଣ୍ଟି ହେଉଥିବା ବେଳେ ତେଲ ଦର ସାଧାରଣ ଜନତା ଉପରେ ଅଧିକ ଚାପ ପକାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!