Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତାମିଲ ଅଭିନେତ୍ରୀଙ୍କୁ ଦୁଷ୍କର୍ମ କଲେ ପୂର୍ବତନ ମନ୍ତ୍ରୀ, ବିବାହ ପ୍ରତିଶୃତି ଦେଇ ଗର୍ଭପାତ, ପୁଲିସର ମାମଲା ରୁଜୁ

by ସଞ୍ଜୟ ସ୍ୱାଇଁ
May 29, 2021
in NATIONAL NEWS
ତାମିଲ ଅଭିନେତ୍ରୀଙ୍କୁ ଦୁଷ୍କର୍ମ କଲେ ପୂର୍ବତନ ମନ୍ତ୍ରୀ, ବିବାହ ପ୍ରତିଶୃତି ଦେଇ ଗର୍ଭପାତ, ପୁଲିସର ମାମଲା ରୁଜୁ
292
VIEWS
Share on FacebookShare on Twitter

ଚେନ୍ନାଇ (ବାଘୁଆବାର୍ତ୍ତା): ତାମିଲନାଡୁର ଏଆଇଏଡିଏମକେ ନେତା ପୂର୍ବତନ ମନ୍ତ୍ରୀ ମଣିକନ୍ଦନଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଜଣେ ଲୋକପ୍ରିୟ ତାମିଲ ଅଭିନେତ୍ରୀ ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଅଭିନେତ୍ରୀଙ୍କ ପାଖରୁ ଅଭିଯୋଗ ମିଳିବା ପରେ ପୋଲିସ ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଠକେଇ, ବ୍ଲାକମେଲିଂ ଏବଂ ଦୁଷ୍କର୍ମ କରିଥିବା ନେଇ ମଣିକନ୍ଦନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଅଭିନେତ୍ରୀ। ଗତ ୫ ବର୍ଷ ହେଲା ମଣିକନ୍ଦନ ଦୁଷ୍କର୍ମ କରିଆସୁଥିଲେ ବୋଲି ମଧ୍ୟ କହିଛନ୍ତି ଅଭିଯୋଗକାରିଣୀ। ୩୬ ବର୍ଷୀୟା ଅଭିନେତ୍ରୀ ଅଭିଯୁକ୍ତ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ୨୦୧୭ରୁ ଅଭିନେତ୍ରୀ ଏବଂ ମଣିକନ୍ଦନଙ୍କ ମଧ୍ୟରେ ସମ୍ପର୍କ ରହିଆସିଥିଲା। ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ମଣିକନ୍ଦନ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ପରେ ଅଭିନେତ୍ରୀ ଜିଦ ଧରିବାରୁ ମଣିକନ୍ଦନ ବିବାହ କରିବାକୁ ମନା କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଟାଇମ୍ସ ନାଓର ରିପୋର୍ଟ ଅନୁସାରେ, ପୀଡ଼ିତା ଗର୍ଭବତୀ ହୋଇଯିବା ପରେ ମଣିକନ୍ଦନ ଜବରଦସ୍ତି ତାଙ୍କର ଗର୍ଭପାତ କରାଇଥିବା ଅଭିଯୋଗ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି, ଏନେଇ ଅଭିଯୋଗ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ମଣିକନ୍ଦନ । ତେବେ ଅଭିନେତ୍ରୀଙ୍କ ଅଭିଯୋଗ ପରେ ଡକ୍ଟର ମଣିକନ୍ଦନଙ୍କ ପକ୍ଷରୁ କୌଣସି ପ୍ରକିକ୍ରିୟା ମିଳିପାରିନାହିଁ। ପୂର୍ବତନ ମନ୍ତ୍ରୀ ମଣିକନ୍ଦନଙ୍କ ଉପରେ ଅଭିଯୋଗ ଆଣିଥିବା ଅଭିନେତ୍ରୀ ଭାରତୀୟ ବଂଶୋଦ୍ଭବ ହୋଇଥିବା ବେଳେ ମାଲେସିଆର ନାଗରିକ। ମାଲେସିଆ ଟୁରିଜିମ୍‌ ପାଇଁ କାର୍ୟ୍ୟ କରୁଥିବା ବେଳେ ମଣିକନ୍ଦନଙ୍କ ସହ ସାକ୍ଷାତ ହୋଇଥିଲା ବୋଲି ଅଭିନେତ୍ରୀ କହିଛନ୍ତି। ଅଭିଯୋଗ କରିବା ସହ ମଣିକନ୍ଦନଙ୍କ ସହ କିଛି ଫଟୋକୁ ପ୍ରମାଣ ସୂରୂପ ପୋଲିସକୁ ଦେଇଛନ୍ତି ଅଭିନେତ୍ରୀ। ଅଭିନେତ୍ରୀଙ୍କୁ ମଣିକନ୍ଦନ ରହିବା ପାଇଁ ଚେନ୍ନାଇରେ ଏକ ଘର ଦେଇଥିଲେ ବୋଲି ମଧ୍ୟ ପୀଡ଼ିତା କହିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!