Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଶାକ୍ତ ମଦ ପିଇ ୩୧ ମୃତ, ଅନେକଙ୍କ ଅବସ୍ଥା ଗୁରୁତର

by ସଞ୍ଜୟ ସ୍ୱାଇଁ
May 29, 2021
in Crime, State
ବିଶାକ୍ତ ମଦ ପିଇ ୩୧ ମୃତ, ଅନେକଙ୍କ ଅବସ୍ଥା ଗୁରୁତର
239
VIEWS
Share on FacebookShare on Twitter

ଆଲୀଗଡ (ବାଘୁଆବାର୍ତ୍ତା): ୟୁପି ଆଲିଗଡରେ ମଦ ବିଭୀଷିକା । ବିଷାକ୍ତ ମଦ ପିଇ ୩୧ ଜଣଙ୍କ ମୃତ୍ୟୁ ହେବା ସହ ଅନେକଙ୍କ ଅବସ୍ଥା ଗୁରୁତର ହୋଇଛି । ଗତକାଲି ମଧ୍ୟରାତ୍ରି ପର୍ୟ୍ୟନ୍ତ ମୃତ୍ୟୁ ଜାରି ରହିଥିଲା । ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଥିଲା । ଯାହାର ଅଫିସିଆଲ୍ ଅପଡେଟ୍ ପ୍ରକାଶ ପାଇଥିଲା ଏବଂ ଏ ସମ୍ପର୍କରେ ସରକାରଙ୍କୁ ଏକ ରିପୋର୍ଟ ପଠାଯାଇଛି । ଅଧିକାଂଶ ମୃତଦେହ ପୋଷ୍ଟମର୍ଟମ କରାଯାଇଥିବାବେଳେ କେତେକ ସକାଳ ପର୍ୟ୍ୟନ୍ତ ପୋଷ୍ଟମର୍ଟମ କାର୍ୟ୍ୟ ଚାଲୁ ରହିଥିଲା । ଏଥି ସହ, ୧୨ ଜଣ ଆହତ ଜିଲ୍ଲା ଡାକ୍ତରଖାନା ଏବଂ ଜେଏନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ଅବହେଳା ଅଭିଯୋଗରେ ସରକାର ଜିଲ୍ଲା ଏକ୍ସାଇଜ୍ ଅଧିକାରୀ ଧୀରଜ ଶର୍ମା, ଏକ୍ସାଇଜ୍ ଇନ୍ସପେକ୍ଟର ରାଜେଶ ଯାଦବ, ପ୍ରିନ୍ସିପାଲ କନଷ୍ଟେବଳ ଅଶୋକ କୁମାର, ଇନ୍ସପେକ୍ଟର ଚନ୍ଦ୍ରପ୍ରକାଶ ଯାଦବ ଏବଂ କନଷ୍ଟେବଳ ରାମରାଜ ରାଣାଙ୍କୁ ନିଲମ୍ବନ କରିଛନ୍ତି । ମଦ ଚୋରା ଚାଲାଣରେ ଅଭିଯୁକ୍ତ ଅନିଲ ଚୌଧୁରୀଙ୍କ ସମେତ ପୋଲିସ ୩ଟି ମାମଲା ରୁଜୁ କରିଛି । ତେବେ ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତ ଫେରାର ଅଛନ୍ତି, ଯାହାଙ୍କ ଉପରେ ୫୦ ହଜାର ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!