Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅବକାରୀ ଓ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ, ଦେଶୀ ମଦ ଭାଟିରେ କରୁଥିଲେ ଚଢ଼ଉ

by ସଞ୍ଜୟ ସ୍ୱାଇଁ
May 29, 2021
in Crime, State
ଅବକାରୀ ଓ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ, ଦେଶୀ ମଦ ଭାଟିରେ କରୁଥିଲେ ଚଢ଼ଉ
216
VIEWS
Share on FacebookShare on Twitter

ଆଠଗଡ଼ (ବାଘୁଆବାର୍ତ୍ତା): ବେଆଇନ ଦେଶୀ ମଦ ଭାଟି ଉପରେ ଚଢ଼ାଉ ବେଳେ ଅବକାରୀ ବିଭାଗ କର୍ମଚାରୀ ଓ ପୁଲିସ୍ ଉପରକୁ ହୋଇଛି ଆକ୍ରମଣ। କଟକ ଜିଲ୍ଲା ତିଗିରିଆ ଥାନା କରଡ଼ାପଲ୍ଲୀ ଗାଁ ବାରମାଣବନ୍ଧ ଜଙ୍ଗଲରେ ଘଟିଛି ଏହି ଘଟଣା। ସୂଚନା ପାଇ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ ଆଠଗଡ଼ ପୁଲିସ୍ ସହିତ କଟକ ଜିଲ୍ଲା ଅବକାରୀ ବିଭାଗ କର୍ମଚାରୀ ମଧ୍ୟ ସାମିଲ ହୋଇଥିଲେ। ଅବକାରୀ ଓ ପୁଲିସ୍ କର୍ମଚାରୀଙ୍କୁ ଦେଖି ଜଙ୍ଗଲ ଭିତରେ ଲୁଚି ରହିଥିବା ମଦ ମାଫିଆମାନେ ଢେଲା, ପଥର ସହ ପେଟ୍ରୋଲ୍ ବୋମା ମାଡ଼ କରିଥିଲେ। ତେବେ ଏଥିରେ କେହି ଆହତ ହୋଇନଥିବା ଜଣାପଡ଼ିଛି। ମଦ ମାଫିଆଙ୍କ ଆକ୍ରମଣ ସତ୍ତ୍ୱେ ଅବକାରୀ ଓ ପୁଲିସ୍ କର୍ମଚାରୀ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ବିପୁଳ ପରିମାଣର ପୋଚ ନଷ୍ଟ କରାଯାଇଥିଲା। ମଦ ରନ୍ଧା ପାଇଁ ବ୍ୟବହୃତ ସାମଗ୍ରୀ ଗୁଡ଼ିକୁ ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଛି। ଘଟଣାସ୍ଥଳରୁ ପୁଲିସ୍ ଏକ ବନ୍ଧୁକ ବି ଜବତ କରିଛି। ଚଢ଼ାଉ ବେଳେ ଆକ୍ରମଣ ଘଟଣା ନେଇ ଅବକାରୀ ବିଭାଗ ପକ୍ଷରୁ ତିଗିରିଆ ଥାନାରେ ଏତଲା ଦିଆଯାଇଛି। ଆଠଗଡ଼ ଏସ୍‌ଡିପିଓ ଆଲୋକ ରଞ୍ଜନ ରାୟ କହିଛନ୍ତି ଯେ ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!