ମୁମ୍ବାଇ, (ବାଘୁଆବାର୍ତ୍ତା): ନିମ୍ନମାନର କାମ ଯୋଗୁଁ ୫ମହଲା ବିଲ୍ଡିଂରୁ ଖସିଲା ସ୍ଲାବ୍ ଖସି ୭ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ଉଲ୍ଲସନଗର ଅଞ୍ଚଳରେ । ସୂଚନାନୁସାରେ, ମହାରାଷ୍ଟ୍ରର ଥାନେ ଅନ୍ତର୍ଗତ ଉଲ୍ଲାସ ନଗର ଅଞ୍ଚଳରେ ୨କ ୫ମହଲା ବିଲ୍ଡିଂ କାମ ହେଉଥିବା ବେଳେ ନିମ୍ନ ମାନର କାମ ଯୋଗୁଁ ବିଲ୍ଡିଂ ଉପରୁ ଏକ ସ୍ଲାବ ଖସିଥିଲା । ବିଲ୍ଡି ତଳେ ଥିବା ଲୋକମାନେ ଏଥିରେ ଫସି ରହିଥିଲେ । ଘଟଣାସ୍ଥଳରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହୁରୀ ୪-୫ଜଣ ଫସିର ହିଥିବା ଜଣାପଡିଛି । ଖବର ପାଇ ସ୍ଥାନୀୟ ପୁଲିସ୍ ଓ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର ଜାରି ରଖିଛି ।






