ଅନୁଗୁଳ, (ବାଘୁଆବାର୍ତ୍ତା): ଅନୁଗୁଳ ଜିଲ୍ଲାର ଯୁବ ସାମ୍ବାଦିକଙ୍କ ମହାମାରୀ କରୋନାରେ ପରଲୋକ ହୋଇଛି । ସୂଚନାନୁସାରେ, ଜୀ ଓଡ଼ିଶା ନ୍ୟୁଜ୍ ଚ୍ୟାନେଲରେ ଜିଲ୍ଲା ପ୍ରତିନିଧି ଭାବେ ରଘୁନାଥ ସାହୁ କାର୍ଯ୍ୟ କରି ଆସୁଥିବା ବେଳେ କିଛିଦିନ ତଳେ ମହାମାରୀ କରୋନାରେ ସଂକ୍ରମିତ ହୋଇଥିଲେ । ରଘୁନାଥଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ରଘୁନାଥଙ୍କୁ ୨୯ବର୍ଷ ହୋଇଥିଲା । ଯୁବ ସାମ୍ବାଦିକ ରଘୁନାଥଙ୍କ ପରଲୋକ ଖବର ଶୁଣିବା ପରେ ଯୁବ ସାମ୍ବାଦିକଙ୍କ ଗାଁରେ ଶୋକର ଛାୟା ଖେଳିଯାଇଥିବା ବେଳେ ଅନୁଗୁଳ ସାମ୍ବାଦିକ ସଂଘରେ ଶୋକ ପ୍ରକାଶ କରିଛନ୍ତି ।






