ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ସ୍ଥିତିର ମୁକାବିଲା ନେଇ ପ୍ରଶାସନ ଏବେ ନିଷିଦ୍ଧାଞ୍ଚଳ ଏବଂ କ୍ଷୁଦ୍ର ଆବଦ୍ଧାଞ୍ଚଳର ସାହାର ନେଇଛି । ଆଜି ନୂଆଗାଁ ବ୍ଲକର ମହିପୁର ପଞ୍ଚାୟତର ଡିମିରିଝରୀ ଗ୍ରାମ ଏବଂ ନୂଆଗାଁ ଗ୍ରାମ ନୂଆସାହି ଆମ୍ବଝରୀ ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଉକ୍ତ ଅଞ୍ଚଳରେ ବ୍ୟାପକ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଆଜି ଅପରାହ୍ନ ୪ ଘଟିକାରୁ ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ତହସିଲଦାର ପ୍ରଳୟାନନ୍ଦ ଶତପଥି ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି ।






