Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅପକମିଂ ଫିଲ୍ମ ‘ସର୍କସ’ ରେ ଦେଖାଦେବେ ପୂଜା, ମୋ ପାଇଁ ଏକ ପାର୍ଟିରେ ଯୋଗଦେବା ଭଳି ଥିଲା

by ସଞ୍ଜୟ ସ୍ୱାଇଁ
May 28, 2021
in Lifestyle, NATIONAL NEWS
ଅପକମିଂ ଫିଲ୍ମ ‘ସର୍କସ’ ରେ ଦେଖାଦେବେ ପୂଜା, ମୋ ପାଇଁ ଏକ ପାର୍ଟିରେ ଯୋଗଦେବା ଭଳି ଥିଲା
146
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ସାଉଥ ସୁନ୍ଦରୀ ପୂଜା ହେଗଡେ । ସେ ପ୍ୟାନ୍‌-ଇଣ୍ଡିଆର ସବୁଠାରୁ ବ୍ୟସ୍ତ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ଏହି ବ୍ୟସ୍ତ ଅଭିନେତ୍ରୀ ଜଣକ ଏବେ ‘ସର୍କସ’ କରିବେ । ତେବେ ସତ ସତିକା ସର୍କସ ନୁହେଁ ରଣବୀର ସିଂଙ୍କ ଅପକମିଂ ଫିଲ୍ମ ‘ସର୍କସ’ରେ ତାଙ୍କୁ ଦେଖିବାକୁ ମିଳିବ । କରୋନାର ଦ୍ୱିତୀୟ ଲହର ଏବଂ ଲକଡାଉନ ପୂର୍ବରୁ , ପୂଜା ନିଜ ଫିଲ୍ମ ପାଇଁ ନନ୍‌ଷ୍ଟପ୍ ସୁଟିଂରେ ବ୍ୟସ୍ତ ଥିଲେ । ସେହି ଫିଲ୍ମ ମଧ୍ୟରୁ ଗୋଟିଏ ଫିଲ୍ମ ଥିଲା ରୋହିତ ସେଟ୍ଟିଙ୍କ ‘ସର୍କସ’ । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ପୂଜାଙ୍କୁ ରଣବୀର ସିଂହଙ୍କ ଅପୋଜିଟ୍‌ରେ ଦେଖିବାକୁ ମିଳିବ । ନିକଟରେ ପୂଜା ଏହି ଫିଲ୍ମକୁ ନେଇ ନିଜ ଅନୁଭୂତି ବଖାଣିଛନ୍ତି । ସେ କହିଛନ୍ତି, ଏହି ଫିଲ୍ମରେ କାମ କରିବା ମୋ ପାଇଁ ଏକ ପାର୍ଟିରେ ଯୋଗ ଦେବା ଭଳି ଥିଲା । ମୁଁ କେବେବି କୌଣସି ଫିଲ୍ମ ସେଟ୍‌ରେ ଏତେ ହସି ନାହିଁ । ଏହି ପୂରା ଫିଲ୍ମ ସେଟ୍ ଏବଂ ଫିଲ୍ମରେ କାମ କରିବା ପାଇଁ ମୋତେ ବେଶ୍ ଭଲ ଲାଗିଲା ବୋଲି ପୂଜା କହିଛନ୍ତି । ଅଭିନେତ୍ରୀ ପୂଜା ହେଗଡେ କେବଳ ବଲିଉଡ ଫିଲ୍ମ ନୁହେଁ ତେଲୁଗୁ ଏବଂ ତାମିଲ ଫିଲ୍ମରେ ମଧ୍ୟ ବେଶ୍ ସକ୍ରିୟ । ରଣବୀର ସିଂହଙ୍କ ‘ସର୍କସ’ ବ୍ୟତୀତ ଆଗକୁ ପୂଜା ଅନେକ ବିଗ୍ ବଜେଟ୍ ଫିଲ୍ମରେ ନଜର ଆସିବେ । ସଲମାନଙ୍କ ସହ ‘କଭି ଇଦ୍ କଭି ଦିୱାଲି’, ପ୍ରଭାସଙ୍କ ସହ ‘ରାଧେ ଶ୍ୟାମ’, ରମଚରଣଙ୍କ ସହ ‘ଆଚାର୍ୟ୍ୟ’, ଅଖିଲ ଅକିନେନିଙ୍କ ସହ ‘ମୋଷ୍ଟ ଏଲିଜିବଲ ବ୍ୟାଚଲର’ ଏବଂ ତାମିଲ ସୁରଷ୍ଟାର ବିଜୟଙ୍କ ସହ ‘ଥଲାପତି-୬୫’ରେ ନଜର ଆସିବେ ପୂଜା ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!