Wednesday, July 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନବୀନଙ୍କ ଟ୍ୱିଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା, ମହାନାୟକର ପରିଚୟ ଦେଲେ, କୋଭିଡ ସମୟରେ ଦାବି କରିବା ଠିକ ନୁହେଁ

by ସଞ୍ଜୟ ସ୍ୱାଇଁ
May 28, 2021
in Politics, State
ନବୀନଙ୍କ ଟ୍ୱିଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା, ମହାନାୟକର ପରିଚୟ ଦେଲେ, କୋଭିଡ ସମୟରେ ଦାବି କରିବା ଠିକ ନୁହେଁ
375
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବାତ୍ୟା ‘ୟାସ୍’ ଜନିତ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ବ୍ୟତୀତ ତୁରନ୍ତ କୌଣସି ଆର୍ଥିକ ସହାୟତା ପ୍ରଦାନ ପାଇଁ ଦାବି କରିନଥିଲେ। ବୈଠକ ପରେ ଆର୍ଥିକ ସହାୟତା ନମାଗିବାର କାରଣ ସମ୍ପର୍କରେ କହିଛନ୍ତି ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ ଟ୍ୱିଟ କରି କହିଛନ୍ତି, ଦେଶ ବର୍ତ୍ତମାନ କୋଭିଡ୍ ମହାମାରୀର ମୁକାବିଲା କରୁଛି,ଏଭଳି ପରିସ୍ଥିତିରେ ଆମେ କେନ୍ଦ୍ର ନିକଟରେ କୌଣସି ତତ୍କାଳିକ ଆର୍ଥିକ ସାହାଯ୍ୟ ଦାବି କରିନାହୁଁ। ଆମେ ଏହି ପରିସ୍ଥିତିର ମୁକାବିଲା ପାଇଁ ନିଜ ପାଣ୍ଠି ବ୍ୟବହାର କରିବୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଟ୍ୱିଟ୍ ଖୁବ କମ ସମୟରେ ଭାଇରାଲ ହେବାରେ ଲାଗିଥିଲା। ନବୀନଙ୍କ ଏହି ଟ୍ୱିଟକୁ ଅନେକ ରିଟ୍ୱିଟ୍ କରିଥିଲେ। କେହି କେହି ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍ ଉପରେ କମେଣ୍ଟ୍ କରି ତାଙ୍କୁ ମହାନ ଓ ନାୟକ ବୋଲି ବର୍ଣ୍ଣନା କରିଥିଲେ। ଅତୁଲ ଶର୍ମା ନାମକ ଟ୍ୱିଟ୍ କରିଛନ୍ତି ଯେ, ଏହା ହେଉଛି ପ୍ରକୃତ ରାଷ୍ଟ୍ରନୀତି। ନବୀନ ବାବୁ ଓଡ଼ିଶାର ଦାବିକୁ ନେଇ ସବୁବେଳେ ମୁଖର କିନ୍ତୁ ସେ କେବେ ମଧ୍ୟ ନିଜ ଉପରୁ ନିୟନ୍ତ୍ରଣ ହରାନ୍ତି ନାହିଁ। ଏନଡିଆରଏଫ୍ ଗଠିତ ହେବାର ଢେର ଆଗରୁ ଓଡ଼ିଶା ଓଡ୍ରାଫ୍ ଗଠନ କରିସାରିଥିଲା। ବେଲା ନାମକ ୟୁଜର ଟ୍ୱିଟ୍ କରିଛନ୍ତି ଯେ, ନବୀନ ହେଉଛନ୍ତି ସେହିଭଳି ଜଣେ ନାୟକ ଯାହାଙ୍କଠାରୁ ପ୍ରେରଣା ନିଆଯାଇପାରେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନବୀନଙ୍କ ଠାରୁ କିଛି ଶିଖିବାକୁ ପରାମର୍ଶ ଦିଆଯାଇଥିଲା। ଉଞ୍ଚୁ ନାମକ ଟ୍ୱିଟ୍ ହ୍ୟାଣ୍ଡେଲରୁ କରାଯାଇଥିବା ଟ୍ୱିଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପରାମର୍ଶ ଦିଆଯାଇଛି ଯେ, ଅନ୍ୟମାନଙ୍କୁ ଦୋଷ ନଦେଇ କେମିତି କାମ କରାଯିବା କଥା ତାହା କେଜ୍ରିୱାଲ ନବୀନ ପଟ୍ଟନାୟକଙ୍କଠ।ରୁ ଶିଖନ୍ତୁ । ସେହିଭଳି ପ୍ରିତି ନାମକ ଟ୍ୱିଟର ହ୍ୟାଣ୍ଡେଲରୁ ଅରବିନ୍ଦ କେଜ୍ରିୱାଲ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କଟାକ୍ଷା କରି ଲେଖାଯାଇଛି ଯେ, ମୁଁ ଏହି ତଥାକଥିତ ମୁଖ୍ୟମନ୍ତ୍ରୀ ମାନେ ଏଥିରୁ କିଛି ଶିକ୍ଷା ଲାଭ କରନ୍ତୁ ବୋଲି ଆଶା କରୁଛି। ଜଣେ ହେଉଛି ‘ଆଡ୍’ ମ୍ୟାନ୍ ଓ ଆଉ ଜଣେ ହେଉଛନ୍ତି ‘ବ୍ୟାଡ୍ ମ୍ୟାନ୍’

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!