Wednesday, July 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇମ୍ୟୁନିଟି ବଢ଼ାଇବା ପାଇଁ ପିଅନ୍ତୁ ଏହି ୪ଟି ଜୁସ

by ସଞ୍ଜୟ ସ୍ୱାଇଁ
May 28, 2021
in Health, State
ଇମ୍ୟୁନିଟି ବଢ଼ାଇବା ପାଇଁ ପିଅନ୍ତୁ ଏହି ୪ଟି ଜୁସ
538
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): କରୋନା ଦ୍ରୁତ ଗତିରେ ବଢୁଛି। ଲକ୍ଷ ଲକ୍ଷ ସଂଖ୍ୟାରେ, ଲୋକମାନେ ଏଥିରେ ସଂକ୍ରମିତ ହେଉଛନ୍ତି । ଏଥିରୁ ବଞ୍ଚିବା ପାଇଁ ଏବଂ ଶୀଘ୍ର ପୁନରୁଦ୍ଧାର ପାଇଁ ବିଶେଷଜ୍ଞମାନେ ଇମ୍ୟୁନିଟି ବୁଷ୍ଟ ଜିନିଷ ଗ୍ରହଣ କରିବାକୁ ପରାମର୍ଶ ଦେଉଛନ୍ତି । ଇମ୍ୟୁନିଟି ଷ୍ଟ୍ରଙ୍ଗ ରହିଲେ ଏହି ଜୀବାଣୁ ବିରୁଦ୍ଧରେ ଲଢିବାର କ୍ଷମତା ବଢିଥାଏ । ଏଥିସହିତ କରୋନା କାରଣରୁ ଶରୀରରେ ଥିବା ଥକାପଣ ଏବଂ ଦୁର୍ବଳତା ଦୂର କରିବାରେ ସାହାଯ୍ୟ କରିଥାଏ । କରୋନା ରୋଗୀମାନେ ବିଶେଷକରି ସେମାନଙ୍କର ଦୈନନ୍ଦିନ ଖାଦ୍ୟରେ କିଛି ପରିବର୍ତ୍ତନ କରିବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ୪ ଟି ଜୁସ୍ ବିଷୟରେ । ଏହାକୁ ପିଇବା ଦ୍ୱାରା କରୋନାରୁ ଶୀଘ୍ର ପୁନରୁଦ୍ଧାର ସହିତ ଏନର୍ଜି ମିଳିଥାଏ । ୧. ପୁଦିନା-ଟମାଟୋ ଜୁସ୍: ଏହି ଦୁଇଟି ଜିନିଷ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଭାଇରାଲ୍ ଗୁଣରେ ପରିପୂର୍ଣ୍ଣ । ଏହାର ଜୁସ୍ ପିଇଲେ ଥକ୍କା, ଦୁର୍ବଳତା ଦୂର ହୋଇ ଶରୀରକୁ ଏନର୍ଜି ମିଳିଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢିବା ସହିତ ରକ୍ତ ମଧ୍ୟ ବଢିଥାଏ । ଏହା ବ୍ୟତୀତ ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ହୋଇଥାଏ । ପ୍ରସ୍ତୁତି ପ୍ରଣାଳୀ: ଏଥିପାଇଁ ୪ ଟି ଟମାଟୋ ଏବଂ ୧୦-୧୨ ପୁଦିନା ପତ୍ର ଧୋଇ କାଟି ଦିଅନ୍ତୁ। ତା’ପରେ ୧ ଗ୍ଲାସ୍ ପାଣି ମିଶାଇ ଏହାକୁ ଗ୍ରାଇଣ୍ଡ୍ କରିନିଅନ୍ତୁ । ଏଥିରେ ଅଳ୍ପ ଗୋଲ ମରିଚ, କଳା ଲୁଣ ଏବଂ ଲେମ୍ବୁ ରସ ମିଶାଇ ପିଅନ୍ତୁ । ୨. ବିଟ୍, ଗାଜର୍, ଅଁଳା ଏବଂ ଅଦା ଜୁସ୍: ଦୈନିକ ଖାଦ୍ୟରେ ଏହି ଇମ୍ୟୁନିଟି ବୁଷ୍ଟ ଜୁସକୁ ଅନ୍ତର୍ଭୁକ୍ତ କରିବା ଉଚିତ୍ । ବିଟ୍ ଏବଂ ଗାଜର ଶରୀରକୁ ଭିତରୁ ସଫା କରିଥାଏ । ଏହା ସହିତ ଯକୃତ ଏବଂ ଫୁସଫୁସ ମଧ୍ୟ ସୁସ୍ଥ ରଖିଥାଏ । ଭିଟାମିନ୍ ସିରେ ଭରପୂର ଅଁଳା ଏବଂ ଅଦା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ପ୍ରସ୍ତୁତ ପ୍ରଣାଳୀ: ଏଥିପାଇଁ ୨ ଖଣ୍ଡ ଗାଜର, ୧ ବିଟ୍, ୨ ଅଁଳା ଏବଂ ୧ ଇଞ୍ଚ ଅଦା ନିଅନ୍ତୁ । ସବୁକିଛି ଧୋଇ କାଟି ଦିଅନ୍ତୁ । ତା’ପରେ ଗ୍ରାଇଣ୍ଡ କରି ଜୁସ୍ ବାହାର କରନ୍ତୁ । ପ୍ରସ୍ତୁତ ଜୁସରେ ଟିକେ କଳା ଲୁଣ ଏବଂ ଲେମ୍ବୁ ମିଶାଇ ପିଅନ୍ତୁ । ସପୁରୀ, ଗ୍ରୀନ୍ ଆପଲ୍, ମୌସମ୍ବୀ ଜୁସ୍: କରୋନାରୁ ବଞ୍ଚିବା ଏବଂ ଶୀଘ୍ର ପୁନରୁଦ୍ଧାରକୁ ପାଇଁ ଆପଣ ଏହି ଜୁସ୍ ପିଇପାରିବେ । ଏହି ସମସ୍ତ ଜିନିଷରେ ଭିଟାମିନ୍ ସି, କାଲସିୟମ୍, ଆଇରନ୍ ଆଦି ପୋଷକ ତତ୍ତ୍ୱ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଭରପୂର ରହିଥାଏ । ଏହି ଜୁସକୁ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଏହି ଇମ୍ୟୁନିଟି ବୁଷ୍ଟର ଜୁସ୍ ତିଆରି କରିବା ପାଇଁ ୨୫୦ ଗ୍ରାମ କଟା ସପୁରୀ, ୨ ଟି ମୌସମ୍ବି ଏବଂ ୧ ଗ୍ରୀନ୍ ଆପଲ୍ ମିଶାଇ ଗ୍ରାଇଣ୍ଡ କରନ୍ତୁ । ତା’ପରେ ଜୁସ୍ ବାହାର କରି ଗ୍ଲାସରେ ଭରନ୍ତୁ । ସ୍ୱାଦ ଅନୁସାରେ କିଛି କଳା ଲୁଣ ଏବଂ ପୁଦିନା ମିଶାଇ ଏହାକୁ ପିଅନ୍ତୁ । କିୱି, ଷ୍ଟ୍ରବେରୀ ଏବଂ କମଳା ଜୁସ୍: ଏଥିରେ ଭିଟାମିନ୍ ସି ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ସହିତ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ଭାଇରାଲ୍ ଗୁଣ ହହିଥାଏ । ଏହାକୁ ପିଇବା ଦ୍ୱାରା ଶୀଘ୍ର ପୁନରୁଦ୍ଧାର ହେବାରେ ସହାୟକ ହୋଇଥାଏ । ଏଥି ସହିତ, ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ପ୍ରସ୍ତୁତି ପ୍ରଣାଳୀ: ଏଥିପାଇଁ ୨ଟି କିୱି, ୧ କପ୍ ଷ୍ଟ୍ରବେରି, ୧ କମଳା, ୧ /୨ କପ୍ ପାଣି ଏବଂ ୧ ବଡ ଚାମଚ ମହୁ ନେଇ ଏହାକୁ ଗ୍ରାଇଣ୍ଡ କରି ଜୁସ୍ କରନ୍ତୁ , ପ୍ରସ୍ତୁତ ଜୁସକୁ ପିଅନ୍ତୁ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!