ନୟାଗଡ଼,(ବାଘୁଆବାର୍ତ୍ତା): ଖଣ୍ଡପଡ଼ା ପୁଲିସ ଦେଶୀ ମଦ କାରବାରରେ ସଂପୃକ୍ତ ଥିବା ୨ଜଣ ଯୁବକଙ୍କୁ ଗିରଫ କରିବା ସହ ୧୦୦ ଲିଟର ଦେଶୀ ମଦ ଓ ସେମାନେ ବ୍ୟବହାର କରୁଥିବା ଏକ ବାଇକକୁ ଜବତ କରିଛି । ଖଣ୍ଡପଡ଼ା ସହରାଞ୍ଚଳ ଅଧିନ ଗୋଳାପୋଖରୀ ରାସ୍ତାରେ ଦେଶୀମଦ ନେଇ ଯାଉଥିବା ବରପଲ୍ଲୀ ଗ୍ରାମର ସନ୍ତୋଷ ସାହୁ(୩୫) ଏବଂ ଶିଖରପୁର ଗ୍ରାମର ସୁକାନ୍ତ ସାହୁଙ୍କୁ ପୁଲିସ ଗିରଫ କରିଛି । ତାଙ୍କଠାରୁ ୧୦୦ ଲିଟର ଦେଶୀ ମଦ ସହ ଏକ ବାଇକ ଜବତ କରାଯାଇଛି । ଶୁକ୍ରବାର ସଂପୃକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାଯାଇଛି ।






