ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ ପ୍ରତିବର୍ଷ କିଛି ନା କିଛି ବାତ୍ୟା ହେଉଛି । ଯାହାକୁ ଓଡ଼ିଶା ସମ୍ମୁଖୀନ ହେଉଛି । କେତେ ବେଳେ ପୁରୀରେ ଲ୍ୟାଣ୍ଡଫଲ କରୁଛି ତ କେତେ ବେଳେ ପାରାଦ୍ୱୀପ ଓ ଗୋପାଳପୁର ସାମୁଦ୍ରିକ ଝଡ଼ କିମ୍ବା ବାତ୍ୟା ଲ୍ୟାଣ୍ଡଫଲ କରୁଛି । ବଙ୍ଗୋପସାଗରେ ସୃଷ୍ଟି ହେଉଥିବା ସମସ୍ତ ବାତ୍ୟା ଓଡ଼ିଶା ଉପରେ ପ୍ରଭାବ ପକାଉଛି । ଭୟଙ୍କର ବାତ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଓ ଉଚ୍ଚିତ୍ ପଦକ୍ଷେପ ଯୋଗୁଁ ବାତ୍ୟା ଅଞ୍ଚଳର ଜନସାଧାରଣଙ୍କ ଜୀବନ ବଞ୍ଚିଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଉତ୍ତମ ପଦକ୍ଷେପ ଯୋଗୁଁ ବାଲେଶ୍ୱର-ଭଦ୍ରକ ଅଞ୍ଚଳରେ ସାମୁଦ୍ରିକ ବାତ୍ୟା ‘ୟଶ’ର ପ୍ରଭାବ ପଡିଥିଲେ ମଧ୍ୟ ବଡ଼ ଧରଣର ଜୀବନ ହାନି ହୋଇନଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାତ୍ୟା ସୁପରିଚାଳନା ନେଇ ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ ସାବାସୀ ଦେବା ସହ ପ୍ରଶଂସା କରିଛନ୍ତି । ନବୀନଙ୍କ ଦୂରଦୃଷ୍ଟି ସମ୍ପର୍ଣ୍ଣ ପଦକ୍ଷେପ, ଅଭିଜ୍ଞତା ଓ ଯତ୍ନର ସହ ବାତ୍ୟା ପରିଚାଳନାକୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି । ଏଥି ସହ ବାତ୍ୟା ପରିଚାଳନାରେ ନିୟୋଜିତ କେନ୍ଦ୍ର, ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା, ଭାରତୀୟ ରେଡକ୍ରସ ସୋସାଇଟିର ଓଡ଼ିଶା ଶାଖା, ବିଭିନ୍ନ ସ୍ୱେଚ୍ଛାସେବୀ ମାନଙ୍କୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି ।






