ବାଲେଶ୍ୱର, (ବାଘୁଆବାର୍ତ୍ତା): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ୟଶ’ ଦ୍ରୁତଗତିରେ ଆସି ଧିରେ ମାଡ଼ ହୋଇଥିଲା । ଏହାରି ପ୍ରଭାବରେ ଉତ୍ତର ଓଡ଼ିଶାର ୪ଟି ଜିଲ୍ଲାରେ ବିପୁଳ କ୍ଷୟକ୍ଷତି ହୋଇଛି । ବିଶେଷ କରି ବାଲେଶ୍ୱର ଜିଲ୍ଲାର ୧୦୦କୋଟି ଟଙ୍କାର ଚିଙ୍ଗୁଡ଼ି ବାତ୍ୟା ‘ୟଶ’ ଝାରଖାର୍ କରିଦେଇଛି । ହଜାର ହଜାର ଚିଙ୍ଗୁଡ଼ି ଚାଷି ମୁଣ୍ଡରେ ହାତ ଦେଇ ବସିଛନ୍ତି । ଜୁଆର ମାଡ଼ରେ ଶତାଧିକ ଚିଙ୍ଗୁଡ଼ି ଭେଡି ନଷ୍ଟ ହୋଇଯାଇଛି । ବାଲେଶ୍ୱର ଚିଙ୍ଗୁଡ଼ି ବ୍ୟବସାୟୀ ସଂଘ ପ୍ରାଥମିକ ଆକଳନରେ ୧୦୦କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ଦେଇଛନ୍ତି । ରାଜ୍ୟସରକାର ଚିଙ୍ଗୁଡ଼ି ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି ।






